26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବିମାନ ଇଞ୍ଜିନରେ ଲାଗିଲା ନିଆଁ

ବିମାନ ଇଞ୍ଜିନରେ ଲାଗିଲା ନିଆଁ

ହାଇଦ୍ରାବାଦ : ବିମାନ ଇଞ୍ଜିନରେ ଲାଗିଲା ନିଆଁ । ପରେ ହାଇଦ୍ରାବାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ବତାରଣ କଲା ବିମାନ । ସୂଚନା ଅନୁସାରେ, ହାଇଦ୍ରାବାଦ ବିମାନବନ୍ଦରରୁ ଏକ ବିମାନ ଯାତ୍ରୀମାନଙ୍କୁ ନେଇ କୁଆଲାଲୁମ୍ପୁର ଅଭିମୁଖେ ଯାତ୍ରା କରୁଥିଲା । ମାଲେସିଆ ଏୟାରଲାଇନ୍ସର ଏମଏଚ ୧୯୯ ବିମାନ ୧୩୦ ଯାତ୍ରୀ ଏବଂ କର୍ମଚାରୀଙ୍କୁ ନେଇ ଯାଉଥିଲା। ପ୍ରାୟ ବିମାନର ଡାହାଣର ୧୫ ମିନିଟ୍ ପରେ ହଠାତ ମଝି ଆକାଶରେ ବିମାନ ଇଞ୍ଜିନରେ ନିଆଁ ଲାଗିବାର ଦୃଶ୍ୟ କ୍ରିୟୁ ମେମ୍ୱର ଦେଖିଥିଲେ ପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ପାଇଲଟ୍ ଯାତ୍ରୀମାନଙ୍କୁ ଶାନ୍ତ ରହିବାକୁ କହିଥିଲେ । ଏହି ସମୟରେ ଏହି ଘଟଣା ସମୟରେ ବିମାନରେ ଥିବା ସମସ୍ତ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଯାତ୍ରୀମାନେ ଏ ପର୍ଯ୍ୟନ୍ତ ବିମାନରେ ଥିବା ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି କିନ୍ତୁ ଏହି ଘଟଣାର ତଦନ୍ତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking