25.1 C
Bhubaneswar
Wednesday, March 18, 2026
Homeଅପରାଧପୁଣି ବିମାନକୁ ମିଳିଲା ବୋମା ବିସ୍ଫୋରଣ ଧମକ

ପୁଣି ବିମାନକୁ ମିଳିଲା ବୋମା ବିସ୍ଫୋରଣ ଧମକ

କୋଚି : ପୁଣି ବିମାନକୁ ମିଳିଲା ବୋମା ବିସ୍ଫୋରଣ ଧମକ । କୋଚିରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆରେ ବିମାନକୁ ମିଳିଛି ଧମକ୍। ଏଥିପାଇଁ ତୁରନ୍ତ ଫ୍ଲାଇଟ୍‌ ଉଡ଼ାଣ ସମୟ ପରିବର୍ତ୍ତନ କରି ବିମାନକୁ ସଠିକ ଭାବରେ ଚେକ୍ କରାଯାଇଥିଲା। ବମ୍ ସ୍କ୍ୱାଡ଼ ତନତନ କରି ବିମାନକୁ ଚେକିଂ କରିଥିଲେ। ତେବେ ସେପଟେ ଏହି ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ଏୟାରପୋର୍ଟ ପୋଲିସ। ସୂଚନା ଅନୁସାରେ, ଆଜି ଏୟାର ଇଣ୍ଡିଆର ଏକ ବିମାନ କୋଚିରୁ ଲଣ୍ଡନ ଯାଉଥିଲା। ସେହି ସମୟରେ ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ କଲ୍ ସେଣ୍ଟରକୁ ଫୋନ୍ ଆସିଥିଲା। ସେହି ଫୋନ କଲରେ ଜଣେ ଯୁବକ କହିଥିଲା ଯେ ଏଆଇ-୧୪୯ ଫ୍ଲାଇଟରେ ବୋମା ଲାଗିଛି। ତେଣୁ ଏଥିପାଇଁ ତୁରନ୍ତ କୋଚି ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରକ୍ରିୟା କ୍ରିୟା ଶେଷ ହୋଇଥିଲେ ମଧ୍ୟ ଧମକ୍ ମିଳିବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ଫ୍ଲାଇଟ୍‌କୁ ଖାଲି କରିଥିଲେ। ଏହାପରେ ତୁରନ୍ତ ୨୧୫ଜଣ ଯାତ୍ରୀଙ୍କୁ ଓହ୍ଲାଇ ବମ୍ ସ୍କ୍ୱାଡ଼କୁ ଡକାଯାଇଥିଲା। ଖବରପାଇ ମ୍ ସ୍କ୍ୱାଡ଼ ଏବଂ ଏୟାରପୋର୍ଟ ପୋଲିସ୍ ବିମାନରେ ପହଂଚି ଛାନବିନ୍ କରିଥିଲେ। ଏହାସହିତ ଧମକ୍ ଆସିଥିବା ଫୋନ୍ କଲ୍‌କୁ ଟ୍ରେସ୍ କରିଥିଲା ପୋଲିସ। ଜଣାପଡିଥିଲା ଯେ କଲ କରିଥିବା ଯୁବକ ଜଣକ ମଲ୍ଲାପୁରମ କଣ୍ଡୋଟି ଅଞ୍ଚଳର ହୋଇଥିବା ବେଳେ ସେ ସେହି ଫ୍ଲାଇଟରେ ଲଣ୍ଡନ ଯାଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking