17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ୩ ମୃତ

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ୩ ମୃତ

ଉତ୍ତରପ୍ରଦେଶ: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶୁକ୍ରବାର ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରାଭେଲର ବସ୍ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ନାସିରପୁର ଥାନା ଅଞ୍ଚଳରେ ଏକ ମିନି ଟ୍ରକ୍ ସହ ଧକ୍କା ହେବା ଫଳରେ ୩ ଜଣ ଯାତ୍ରୀଙ୍କର ଜୀବନ ଯାଇଛି। ଦୁର୍ଘଟଣା ସଂପର୍କରେ ସୂଚନା ଦେଇ ଅତିରିକ୍ତ ପୁଲିସ ଅଧୀକ୍ଷକ (ଗ୍ରାମୀଣ) ଅଖିଳେଶ ଭଦୋରିଆ କହିଛନ୍ତି ଯେ, ବସ୍ ଅଯୋଧ୍ୟାରୁ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଅଭିମୁଖେ ଯାଉଥିଲା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ନାସିରପୁର ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକକୁ ଧକ୍କା ଦେଇଥିଲା। କଣ୍ଟ୍ରୋଲ ରୁମରେ ସୂଚନା ପାଇବା ପରେ ୟୁପିଇଆଇଡିଏର ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking