26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଚିତ୍ରରୁ ଜଣାପଡିଲା ହତ୍ୟା ପଛର ଅଭିଯୁକ୍ତ କିଏ ?

ଚିତ୍ରରୁ ଜଣାପଡିଲା ହତ୍ୟା ପଛର ଅଭିଯୁକ୍ତ କିଏ ?

ନୂଆଦିଲ୍ଲୀ : ସୋମବାର ଉତ୍ତର ପ୍ରଦେଶର ଝାନ୍ସୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛିହେଲେ ତାଙ୍କ ଚାରି ବର୍ଷୀୟା ଝିଅ ଏହିଁ ମୃତ୍ୟୁର ଖୁଲାସା କରିଛିଝିଅଟି ଚିତ୍ର ଆଙ୍କିଥିବା ନେଇ ସନ୍ଦେହ ଉପୁଜିଛି। କୁନି ଝିଅ କରିଥିବା ଚିତ୍ରରୁ ଅନୁମାନ କରାଯାଉଛି ଯେ ତାଙ୍କ ମାଆ ବର୍ଷ ବର୍ଷ ଧରି ନିର୍ଯାତନା ସହିବା ପରେ ତାଙ୍କ ସ୍ବାମୀ ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ଝାନ୍ସି ସହରର କୋତୱାଲି ପଞ୍ଚବଟି ଶିବ ପରିବାର କଲୋନୀରେ ରହୁଥିବା ୨୭ ବର୍ଷିୟା ସୋନାଲି ବୌଧଲିୟାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାକୁ ଆତ୍ମହତ୍ୟାର ନାଁ ଦେଇଥିଲେ ସ୍ବାମୀ । ହେଲେ ସବୁ ସତ ପଦାରେ ପକାଇଲା ୪ ବର୍ଷର କୁନି ଝିଅ। ସୋନାଲିଙ୍କ ବାପଘର ଲୋକେ ଜ୍ବାଇଁ ସନ୍ଦୀପ ବୌଧଲିୟା ଓ ତାଙ୍କ ପରିବାର ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ସୋନାଲିଙ୍କ ଶବ ସତ୍କାର ପାଇଁ ସନ୍ଦୀପ ପହଞ୍ଚିବାରୁ ତାଙ୍କୁ ଘଉଡାଇଦେବା ସହ ତାଙ୍କ ଝିଅ ହାତରେ ମୁଖାଗ୍ନି  ଦେବା କାମ କରାଇଥିଲେ । ଶବସତ୍କାର ପରେ ଘଟଣାର ତଦନ୍ତ କରିବାକୁ ପହଞ୍ଚିଥିଲା ପୋଲିସ । କୁନି ଝିଅକୁ ପଚାରିବାରୁ ସେ ଏକ ଡ୍ରଇଂ ବନାଇଥିଲା । ଏହାକୁ ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ପୁଲିସ ଅଧିକାରୀ । ଡ୍ରଇଂରେ ଜଣେ ମହିଳା ଫାଶିରେ ଝୁଲୁଥିଲେ ଏବଂ ତା ପାଖରେ ଅନ୍ୟ ଜଣଙ୍କ ହାତ ଦେଖିବାକୁ ମିଳିଥିଲା । ଇଏ କାହା ହାତ ବୋଲି ପଚାରିଥିଲେ ପୁଲିସ  ଏବଂ କୁନି ଝିଅ କହିଥିଲା, ପାପା ମାମାକୁ ମାରିଦେଲେ। ଏହାପରେ ରଶିରେ ଝୁଲାଇଦେଇଥିଲେ। ବାସ୍ ଏତିକିରେ ଧରାପଡିଥିଲା ସତ। ପୁଲିସ ସନ୍ଦୀପକୁ ଗିରଫ କରି ଜେରା କରୁଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking