27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଭୂମିକମ୍ପରେ ଥରିଲା ଫିଲିପିନ୍ସ

ଭୂମିକମ୍ପରେ ଥରିଲା ଫିଲିପିନ୍ସ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଫିଲିପିନ୍ସ। ମିଣ୍ଡାନାଓ ଦ୍ୱୀପର ପୂର୍ବ ଉପକୂଳରେ ଶନିବାର ଭୟଙ୍କର ଭୂକମ୍ପରେ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଭୂକମ୍ପ ଝଟ୍‌କା ଅନୁଭୂତ ହେବା ଲୋକେ ଭୟଭୀତ ହୋଇପଡିଛନ୍ତି। ଭୟରେ ଲୋକ ଘରୁ ବାହାରକୁ ବାହାରି ଆସିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।ଭୂମିକମ୍ପର କେନ୍ଦ୍ର ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିଲା ବୋଲି ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ ରିପୋର୍ଟ କରିଛି। ତେବେ ଏହି ଭୂକମ୍ପ ଯୋଗୁ ସୁନାମି ବିପଦ ନଥିବା ଆମେରିକାର ଜାତୀୟ ସୁନାମି ଚେତାବନୀ କେନ୍ଦ୍ର କହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking