25.1 C
Bhubaneswar
Thursday, February 12, 2026
Homeଓଡିଶାଫାମାସିଷ୍ଟ ନିଯୁକ୍ତିରେ ଅନିୟମିତତା ନେଇ ୧୫ବର୍ଷ ପରେ ଅଭିଯୋଗ ଆଣିଛନ୍ତି ଆବେଦନକାରୀ

ଫାମାସିଷ୍ଟ ନିଯୁକ୍ତିରେ ଅନିୟମିତତା ନେଇ ୧୫ବର୍ଷ ପରେ ଅଭିଯୋଗ ଆଣିଛନ୍ତି ଆବେଦନକାରୀ

ଯାଜପୁର : ଯାଜପୁର ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୨୦୦୯ ମସିହାରେ ଫାମାସିଷ୍ଟ ନିଯୁକ୍ତି ରେ ଅନିୟମିତତା ନେଇ ୧୫ ବର୍ଷ ପରେ ଅଭିଯୋଗ ଆଣିଛନ୍ତି ଜଣେ ଆବେଦନକାରୀ। ମାନ୍ୟବର ଉଚ୍ଚ ନ୍ୟାୟଳୟ ମଧ୍ୟ ଉକ୍ତ ଅଭିଯୋଗକୁ ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କୁ କୈପିଂୟତ ତଲବ କରିଛନ୍ତି। ଅଭିଯୋଗ ମୁତାବକ ୨୦୦୯ ମସିହାରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫାର୍ମାସିଷ୍ଟ ପଦବୀ ପୁରଣ ପାଇଁ ଭିନ୍ନକ୍ଷମ ଙ୍କ ପାଇଁ ଗୋଟିଏ ପଦବୀ ସଂରକ୍ଷିତ ରହିଥିଲା। କିନ୍ତୁ ବିଭାଗ ପକ୍ଷରୁ କରାଯାଇଥିବା ମେଧା ତାଲିକାରେ ବରୀ ଅଂଚଳର ତ୍ରିଲୋଚନ ପଲେଇଙ୍କ ନାମ ସବୁଠାରୁ ଉପରେ ରହିଥିଲା। କିନ୍ତୁ ଉକ୍ତ ତାଲିକାକୁ ଏପଟ ସେପଟ କରି ଅନ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା ବୋଲି ଅଭିଯୋଗ କରାଯାଇଛି। ପୁଣି ପରବର୍ତି ସମୟରେ ଅନ୍ୟ ଜଣେ ହାଇକୋର୍ଟରେ ଆବେଦନ କରିବା ପଂଳରେ ତାଙ୍କୁ ମଧ୍ୟ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିଲା ବୋଲି ତ୍ରିଲୋଚନ ଯାଜପୁର ବ୍ଲକ ଏରବାଙ୍କ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ସମୟରେ ହୋଇଥିବା ନିଯୁକ୍ତି ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପଲେଇ ଦାବୀ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking