22.1 C
Bhubaneswar
Monday, December 29, 2025
Homeଓଡିଶାଏତଲାରେ ଥିବା ବ୍ୟକ୍ତି ହେବେ ଜେରା: ଡିସିପି

ଏତଲାରେ ଥିବା ବ୍ୟକ୍ତି ହେବେ ଜେରା: ଡିସିପି

ଭୁବନେଶ୍ୱର: ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ମା’ ଶେଫାଳୀଙ୍କ ଏତଲା ପ୍ରସଙ୍ଗ । କଟକ ଡିସିପି ଋଷିକେଶ ଖିଲାରୀଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏତଲା ଆଧାରରେ ତଦନ୍ତ କରାଯାଉଛ । ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବ । ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛ। ରିପୋର୍ଟ ଆସିବା ପରେ ତର୍ଜମା କରାଯି । ସୂଚନାଯୋଗ୍ୟ ନିକଟରେ, ନିକଟରେ ମର୍କତନଗର ଥାନାରେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ୯ଜଣଙ୍କ ନାଁରେ ଏତଲା ଦେଇଥିଲେ । ମୃତ୍ୟୁ ରହସ୍ୟ ଖୋଲିବାକୁ ମା’ଶେଫାଳି ତାଙ୍କ ଏତଲାରେ ବୋହୂ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହ-କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦିଶ ମହାନ୍ତିଙ୍କୁ ଅଭିଯୁକ୍ତ କରିଛନ୍ତି । ଏହି କ୍ରମରେ ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ୍, ବ୍ୟାଙ୍କ ତଥ୍ୟ ଓ ମୋବାଇଲ୍ କଲ୍ ରେକର୍ଡ ମଗାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking