15.1 C
Bhubaneswar
Monday, December 8, 2025
Homeଓଡିଶାନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି : ଖାମସିଂହ ମାଝୀ

ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି : ଖାମସିଂହ ମାଝୀ

ନୂଆପଡା: ବିଜେଡି ପ୍ରତି ନୂଆପଡାବାସୀଙ୍କ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଉଛି । ନବୀନ ପଟ୍ଟନାୟକଙ୍କ ସଭା ପୂର୍ବରୁ ବିଜେଡି ନେତା ଓ କର୍ମୀଙ୍କ ହତାଶା ମନୋଭାବ ପ୍ରକାଶ ପାଇଛି । ନୂଆପଡା ଉପନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ତଥାକଥିତ କ୍ରୀତଦାସ ତଥା ପୂର୍ବତନ ବିଧାୟକ ବବି ଦାସ ଏବଂ ତାଙ୍କ ସହଚରମାନେ ଲୋକଙ୍କୁ ବଳପୂର୍ବକ ସଭାରେ ନେବା ପାଇଁ ଭୟ ଓ ହିଂସାର ଆଶ୍ରୟ ନେଉଛନ୍ତି । ଗତ ୩୦ ତାରିଖ କୋମନା ବ୍ଲକ ଅନ୍ତର୍ଗତ ପାଇକପଡା ବାସିନ୍ଦା ଜିତୁ ଆଡବାଙ୍ଗଙ୍କୁ ଡାକି ଅତ୍ୟନ୍ତ ଖରାପ ଭାଷାରେ ଗାଳି ଦେବା ସହିତ ମାଡ ମାରିବା ଓ ଜୀବନରୁ ମାରି ଦେବାକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ । ଏଥିରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ସ୍ଥାନୀୟ ନେତା ତଥା ବିଜେଡି ଆଶାୟୀ ପ୍ରାର୍ଥୀ ମନୋଜ ମିଶ୍ର ଖୋଲାଖୋଲି ସହଯୋଗ କରିଛନ୍ତି ।

ବିଜେଡି ଏତେ ତଳ ସ୍ତରକୁ ଖସି ଯାଇଛି ଯେ, ଏବେ ସେମାନେ ନିଜ ଦଳୀୟ କର୍ମୀମାନଙ୍କୁ ମଧ୍ୟ ଭୟଭୀତ କରୁଛନ୍ତି । ଏଭଳି ହିଂସା ଏକ ଡୁବି ଯାଉଥିବା ଜାହାଜ ଭିତରେ ଜନ୍ମିଥିବା ଆତଙ୍କ ଓ ହତାଶାକୁ ପ୍ରକାଶ କରୁଛି । ବିଜେଡି ନେତାଙ୍କ ଏଭଳି ଏଭଳି ହିଂସାତ୍ମକ ଆଚରଣକୁ ନୂଆପଡାବାସୀ ଆଦୌ କ୍ଷମା ଦେବେ ନାହିଁ ଏବଂ ଆଗାମୀ ଉପନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନୂଆପଡାର ସ୍ଥାନୀୟ ବରିଷ୍ଠ ନେତା ଶ୍ରୀ ଖାମସିଂହ ମାଝୀ କହିଛନ୍ତି ।

ଆଜି ନୂଆପଡାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ନିଜେ ସବୁବେଳେ ଅହିଂସାର ଦ୍ୱାହି ଦେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିରବ ରହିବ ତାଙ୍କ ଦୋମୁହାଁ ନୀତିକୁ ସ୍ପଷ୍ଟ କରିଛି । ଅନ୍ୟ ପଟେ ବିଜେଡିର ସ୍ଥାନୀୟ ନେତୃତ୍ୱ ଅଭାବ ଥିବାରୁ ବାହାରରୁ ଆସିଥିବା କ୍ରିତଦାସମାନେ ଭୋଟଦାତାଙ୍କୁ ଭୟଭୀତ କରୁଛନ୍ତି ଓ ଜୋର ଜବରଦସ୍ତି କରି ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି । ନୂଆପଡାରେ ନିଜ ନିୟନ୍ତ୍ରଣ ରଖିବା ପାଇଁ ବବି ଦାସ ଏକ ବାହାର ପ୍ରାର୍ଥୀକୁ ଆଗରେ ଆଣି ହିଂସାର ଆଶ୍ରୟ ନେଇ ନିଜ ଆଧିପତ୍ୟ ରଖିବାର ଅପାଚେଷ୍ଟା କରିଛନ୍ତି । ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି ବୋଲି ସେ ଭୁଲି ଯିବା ଉଚିତ ନୁହେଁ ।

ଅନ୍ୟ ପଟେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ନେତା ଶ୍ରୀ ଭକ୍ତଚରଣ ଦାସ ଉଭୟେ ଏସ୍‌ସି ଶ୍ରେଣୀ ବର୍ଗର ହୋଇଥିଲେ ମଧ୍ୟ, ଏସ୍‌ସି ଯୁବକ ଉପରେ ହୋଇଥିବା ହିଂସା ପ୍ରସଙ୍ଗରେ ନିରବ ରହିଛନ୍ତି । ଏହା ଉଭୟ ଦଳର କପଟତା ଓ ନୈତିକ ଦେବାଳିଆପଣିଆକୁ ଉଜାଗର କରୁଛି । ଉଭୟ ଦଳ ପାଇଁ ନ୍ୟାୟ ଠାରୁ ମିଥ୍ୟା ପ୍ରତିଶ୍ରୁତି ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ହୋଇପଡିଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରାଯିବ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking