18.1 C
Bhubaneswar
Monday, February 2, 2026
Homeଓଡିଶାମଶାଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ

ମଶାଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ

ତାଳଚେର: ତାଳଚେର ସହରରେ ମଶାଙ୍କ ଉପଦ୍ରବ ଦିନକୁ ଦିନ ମାତ୍ରାଧିକ ବଢ଼ୁଥିବା ବେଳେ ଏଥିପ୍ରତି ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରସଂସ୍ଥା ପକ୍ଷରୁ ପ୍ରତିକାରର ପଦକ୍ଷେପ ନଥିବା ଭଳି ମନେ ହେଉଛି। ଜନସ୍ୱାସ୍ଥ୍ୟ ବିଭାଗ ମଶାତେଲ, ବ୍ଲିଚିଙ୍ଗ, ମଶାଧୂଆଁ ଇତ୍ୟାଦି ଯୋଗାଇଥିବା ବେଳେ ଏଗୁଡ଼ିକ କିପରି ବ୍ୟବହାର କରାଯାଉଛି ତାହା ସାଧାରଣ ଜନତାଙ୍କ ଦୃଷ୍ଟିକୁ ଆସୁନାହିଁ ବୋଲି ଚର୍ଚ୍ଚା ଚାଲିଛି। ସନ୍ଧ୍ୟା ସମୟ ଆସିଗଲେ ମଶାଙ୍କ ଗୁଣୁଗୁଣୁ ଗୀତ ଗାଇବା ଆରମ୍ଭ ହୋଇଯାଉଛି। ସହରର ଯେଉଁ ସ୍ଥାନରେ ୫ମିନିଟ୍ ଠିଆ ହୋଇ ରହିଲେ ଚର୍ତୁପାଶ୍ୱର୍ରେ ମଶା ଘେରି ଦେଉଛନ୍ତି। ମଶାଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିବାରେ ଲାଗିଲାଣି ଯେ, ଲୋକଙ୍କୁ ଅସହୟ କରୁଛନ୍ତି। ଘରର ଖାଇବା ଚିନ୍ତା ନହେଲା ନାହିଁ, ଘରକୁ ଯିବା ପୂର୍ବରୁ ଲୋକଙ୍କର ଆଗେ ଦୋକାନରୁ ମଶାଧୂପ ନେବା କଥା ମନେପଡେ, କାହିଁକି ନା’ ରାତିରେ ଶୋଇବା ଏକ ପ୍ରମୁଖ ସମସ୍ୟା। ମଶା ଉପଦ୍ରବକୁ ରୋକି ହେଉ ନାହିଁ ଏହାକୁ ନେଇ ଡ଼େଙ୍ଗୁ ଭୟ ଲୋକଙ୍କ ମନରେ ସୃଷ୍ଟି କରୁଛି। ପୌରାଞ୍ଚଳର ୨୧ଟି ୱାର୍ଡ଼ରେ ଥିବା ଡ୍ରେନ୍ ଓ ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମି ରହି ମଶାଙ୍କ ବଂଶ ବୃଦ୍ଧି ପାଉଥିବା ବେଳେ ଡ୍ରେନ୍‌ଗୁଡ଼ିକ ନିୟମିତ ସଫା କରାଯାଉ ନାହିଁ ବୋଲି ଶୁଣିବାକୁ ମିଳେ।

ମଶାବଂଶ ବୃଦ୍ଧିକୁ ରୋକିବାପାଇଁ ପୌରସଂସ୍ଥା ପକ୍ଷରୁ ମଶାତେଲ, ବ୍ଲିଚିଙ୍ଗ ପକାଇବା ସହ ସହରରେ ମଶାଧୂଆଁ ବୁଲାଇବା କଥା ଯାହା କାଁଭାଁ ବ୍ୟବହାର ହେଉଛି ବୋଲି ସହରବାସୀ ପ୍ରାୟ ସମୟରେ ଚର୍ଚ୍ଚା କରୁଛନ୍ତି। ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ମଶାମାନେ ପ୍ରାୟ ୩କିମି ରାସ୍ତା ଅତିକ୍ରମ କରି ତାଙ୍କ ବଂଶ ବିସ୍ତାର କରିପାରନ୍ତି। ସହରରେ ୩କିମି ମଧ୍ୟରେ ଏକାଧିକ ଥର ଡ୍ରେନ୍ ଓ ପାଣି ଜମୁଥିବା ସ୍ଥାନରେ ଔଷଧ ସିଞ୍ଚନ କରାଗଲେ ମଶାବଂଶ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ପାରନ୍ତା। ଜନସ୍ୱାସ୍ଥ୍ୟ ବିଭାଗ ଓ ପୌରକର୍ମଚାରୀ କେବେ କେମିତି ଗୋଟିଏ ଲେଖାଏଁ ୱାର୍ଡ଼ରେ କାମଚଳା ଭାବେ ଔଷଧ ସିଞ୍ଚନ କରାଯାଉଛି। ଯାହା ଫଳରେ ମଶାମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଛାଡ଼ି ପଳାଉଛନ୍ତି। ଔଷଧର ପ୍ରକୋପ ସାମାନ୍ୟ କମିବାପରେ ସେମାନେ ପୁନର୍ବାର ସେହି ସ୍ଥାନକୁ ଆସି ଅଣ୍ଡାଦେଇ ବଂଶ ବିସ୍ତାର କରିଥାନ୍ତି। ଏହା ଦ୍ୱାରା ସେମାନଙ୍କ ଦେହରେ ଔଷଧ ସହନଶକ୍ତି ବୃଦ୍ଧି ପାଇଥାଏ। ଭବିଷ୍ୟତରେ ସେମାନଙ୍କ ପାଇଁ ଏହି ଔଷଧ କାମ କରିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ପୌରସଂସ୍ଥା ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବରେ ଏହି କାର୍ଯ୍ୟକୁ ସୂଚାରୂପେ ତୁଲାଇଲେ ମଶାଙ୍କ ପ୍ରାର୍ଦୁଭାବ କମି ଯାଆନ୍ତା ବୋଲି ପୌରବାସୀ ମତପୋଷଣ କରୁଛନ୍ତି। ନଚେତ୍ ମଶାତ୍ୱଂଶ ଓ ଉତ୍ପାତ ବୃଦ୍ଧି ପାଇବା ସହ ମ୍ୟାଲେରିଆ ଓ ଡ଼େଙ୍ଗୁ ପ୍ରଭୃତି ରୋଗରେ ଜନସାଧାରଣ ଶୀକାର ହୋଇପାରନ୍ତି ବୋଲି ମତପାଉଛି। ତେଣୁ ତୁରନ୍ତ ପୌରସଂସ୍ଥା ଉଚିତ୍ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking