20.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଏକ୍ସପ୍ରେସ ଟ୍ରେନ୍‌ ଭିତରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ଏକ୍ସପ୍ରେସ ଟ୍ରେନ୍‌ ଭିତରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ମୁମ୍ବାଇ : ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଭିତରେ ପଶିଲା ସାପ । ସାପକୁ ଦେଖି ଭୟଭୀତ ହେଲେ ଯାତ୍ରୀ । ଯାତ୍ରୀମାନେ ଉପର ବର୍ଥରେ ଲାଗିଥିବା ଲୁହା ଉପରେ ଏକ ଲମ୍ବା ସାପକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତା’ପ‌ରେ କିଛି ସମୟ ମଧ୍ୟରେ ଟ୍ରେନ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେତେବେଳେ ଜଣେ ଯାତ୍ରୀ କୋଚ ନମ୍ବର ଜି୧୭ରେ ସାପର ଶବ୍ଦ ଶୁଣି ଅନ୍ୟମାନଙ୍କୁ ସଚେତନ କରାଇଲେ ସେତେବେଳେ ଆତଙ୍କ ଖେଳିଯାଇଥିଲା। ପ୍ରଥମେ ସାପର ଶବ୍ଦ ଶୁଣି ଉପରକୁ ଚାହିଁଲା ବେଳକୁ ସାପଟି ଗୁଡ଼େଇ ଗାଡ଼େଇ ହୋଇ ସେଠାରେ ରହିଥିଲା। ଏହାକୁ ଦେଖି ଟ୍ରେନ୍‌ରେ ଥିବା ଯାତ୍ରୀମାନେ କିଏ କୁଆଡ଼େ ଦୌଡ଼ିଥିଲେ ତା’ର ହିସାବ ନାହିଁ। ତେବେ ରିପୋର୍ଟରେ କୁହାଯାଇଛି ଯେ କିଛି ସମୟ ମଧ୍ୟରେ ସାପକୁ ସୁରକ୍ଷିତ ଭାବେ ଟ୍ରେନ୍‌ରୁ ବାହାରକୁ ବାହର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking