ରାଜସ୍ଥାନ : ରାଜସ୍ଥାନର ଜୟପୁର ବିମାନବନ୍ଦରରେ ସୁନା ଚୋରା ଚାଲାଣର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଆବୁଧାବିରୁ ନିଜ ପ୍ରାଇଭେଟ୍ ପାର୍ଟରେ ୧ କିଲୋରୁ ଅଧିକ ସୁନା ଲୁଚାଇ ଭାରତ ଆସୁଥିଲେ ଜଣେ ବ୍ୟକ୍ତି । କଷ୍ଟମ୍ ବିଭାଗ ତାଙ୍କୁ ଏୟାରପୋର୍ଟରେ ମାଡ଼ି ବସିଥିଲା । ବିମାନବନ୍ଦରର ଅଧିକାରୀମାନେ ସୁନା ଚୋରା ଚାଲାଣ ମାମଲାରେ ବ୍ୟକ୍ତିଙ୍କୁ ଧରିଛନ୍ତି ।
ସୂଚନା ମୁତାବକ, ବ୍ୟକ୍ତି ଜଣକ ନିଜ ପ୍ରାଇଭେଟ୍ ପାର୍ଟରେ ୧ କିଲୋରୁ ଅଧିକ ସୁନା ଲୁଚାଇ ରଖିଥିଲେ । ତାଙ୍କ ନାମ ମହେନ୍ଦ୍ର ଖାନ । ଏ ନେଇ ପୂର୍ବରୁ ଅଧିକାରୀମାନେ ସୂଚନା ପାଇଥିଲେ । ଯେମିତି ମହେନ୍ଦ୍ର ବିମାନବନ୍ଦରରେ ପହଞ୍ଚିଥିଲେ, ତାଙ୍କୁ କଷ୍ଟମ୍ ଅଧିକାରୀମାନେ ରୋକି ନେଇଥିଲେ । ଏକ୍ସ-ରେ ସ୍କାନ୍ ପରେ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟରେ ସୁନା କ୍ୟାପସୁଲ ଥିବା ଜଣାପଡ଼ିଥିଲା । ରାଜସ୍ଥାନର ବାଭର ଜିଲ୍ଲା ସରଗାଁର ବାସିନ୍ଦା ହେଉଛନ୍ତି ମହେନ୍ଦ୍ର ଖାନ । ସେ ଆବୁଧାବିରୁ ଏତିହାଦ ଏୟାରୱେଜର ବିମାନ ଯୋଗେ ଜୟପୁରରେ ପହଞ୍ଚିଥିଲେ । ଏଠାରେ ଏକ୍ସ-ରେ ପରେ ତାଙ୍କ ଶରୀର ଭିତରେ କ୍ୟାପସୁଲ ଭଳି ଆକାର ଦେଖାଯାଇଥିଲା ।
ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । ପରେ ମହେନ୍ଦ୍ରଙ୍କୁ ଜୟପୁର ଏୟାରପୋର୍ଟ ନିକଟ ଜୟପୁରିଆ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ଅପରେସନ କରି ୩ ଖଣ୍ଡ ସୁନାକୁ ବାହାର କରିଥିଲେ । ତେବେ ପଚରାଉଚରା ବେଳେ ମହେନ୍ଦ୍ର କହିଥିଲେ ଯେ ସ୍ଥାନୀୟ ଜଣେ ପାରାମେଡିକାଲ ଷ୍ଟାଫଙ୍କ ସହାୟତାରେ ସେ ସୁନାକୁ ପ୍ରାଇଭେଟ୍ ପାର୍ଟରେ ଲୁଚାଇ ରଖିଥିଲେ । ତାଙ୍କଠାରୁ ଜବତ ସୁନାର ଓଜନ ୧ କିଲୋରୁ ଅଧିକ ଥିଲା, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୯୦ ଲକ୍ଷ ଟଙ୍କା ।