ଭୁବନେଶ୍ୱର: ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ ନୃସିଂହ ସାହୁ ବଡ ବୟାନ ଦେଇଛନ୍ତି । କହିଛନ୍ତି , ପାଣ୍ଡିଆନଙ୍କ ପାଇଁ ହିଁ ଦଳ ହାରିଲା । ପାଣ୍ଡିଆନଙ୍କ ଯୋଗଦେବା ପରେ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ୨ଟି ସ୍ଥାନରେ ଛିଡା ହେଲେ, ଯାହାକୁ ନେଇ ଜ୍ଜେପି ଅପପ୍ରଚାର କଲା । କିଛି ଲୋକ ଆମ ବୈଠକକୁ ଭୁଲ ଚିତ୍ରଣ କରି ନବୀନଙ୍କୁ କହିଛନ୍ତି । ଆମ ଯେତେବେଳେ ଏକାଠି ବସୁ , ଦଳର ହିତ କଥା ଚିନ୍ତା କରୁ । ଅତନୁ ଓ ସଞ୍ଜୟ ଭଳି ନେତା ଆଗରୁ ହୋଟେଲରୁ ବୈଠକ କରିଛନ୍ତି । ନବୀନଙ୍କୁ ଭେଟି କହିଛୁ , ସସ୍ମିତ ଯାହା କଲେ ଠିକ କଲେନି । କାଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ । ସେ ବିଚାର କରିବେ ।