ବ୍ୟୁରୋ : ପ୍ରଶ୍ନର ଉତ୍ତର ଦେଇନପାରିବାରୁ ସପ୍ତମ ଖ୍ନେଣୀର ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଛାତ୍ରୀ । ତେବେ ଏଭଳି ଏକ ଅଭିଯୋଗ ବୈପାରୀଗୁଡାର ଟାଙ୍ଗିଣିଗୁଡା ସରକାର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ନାଁରେ ଆସିଛି । ସୂଚନା ଅନୁସାରେ , ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ଶିକ୍ଷୟତ୍ରୀ ମାଡ ମାରିବା ସହ ୪୦ ଥର ଉଠବସ କରାଇଥିଲେ । ଫଳରେ ଛାତ୍ରୀ କିଛି ସମୟ ପାଇଁ ଅଚେତ ହୋଇଯାଇଥିଲେ । ଘଟଣାକୁ ନେଇ ବୈପାରିଗୁଡା ବିଇଓଙ୍କୁ ସ୍ଥାନୀୟ ସରପଞ୍ଚ ସହ ଗ୍ରାମବାସୀ ଏବଂ ଅଭିଭାବକମାନେ ଅଭିଯୋଗ କରିବା ସହ ବଦଳି ଦାବି କରିଥିଲେ । ବଦଳି କରିଥିଲେ । ବଦଳି କରାନଗଲେ, ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇବୁ ନାହିଁ ବୋଲି ଦାବି ହୋଇଛି । ଏବେବି ଛାତ୍ରୀ ଜଣଙ୍କ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।