14.1 C
Bhubaneswar
Thursday, January 15, 2026
Homeଓଡିଶାବିରୋଧୀ ଅଟଳ, ଗୃହ ଅଚଳ

ବିରୋଧୀ ଅଟଳ, ଗୃହ ଅଚଳ

-ବିରୋଧୀଙ୍କ ଘଣ୍ଟ, ଝାଞ୍ଜ ମାଡ଼ରେ କମ୍ପିଲା ଗୃହ
-ଗାନ୍ଧୀ ମୂର୍ତ୍ତୀ ତଳେ କଂଗ୍ରେସ, ବିଜୁ ବାବୁଙ୍କ ମୂର୍ତ୍ତୀ ତଳେ ବିଜେଡିର ଧାରଣା

ଭୁବନେଶ୍ୱର: ନିଜ ଜିଦରେ ବିରୋଧୀ ଅଟଳ ରହିଛନ୍ତି। ଯାହା ଫଳରେ ଗତ କିଛି ଦିନ ହେଲା ବିଧାନସଭା ଚାଲିପାରୁନାହିଁ। ଆଜି ମଧ୍ୟ ବିଧାନସଭା ଚାଲିପାରିନାହିଁ। ହାତରେ ପୁଣି ଘଣ୍ଟ ଓ ଝାଞ୍ଜ। ଆଜି ବି ଏଭଳି ଭିନ୍ନ ତରିକାରେ କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖରେ ପ୍ରତିବାଦ କରିବା ଯୋଗୁଁ ବିଧାନସଭା ହୁଲସ୍ତୁଲ ହୋଇଥିଲା। ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବିରେ ଅଡ଼ିବସିଛନ୍ତି କଂଗ୍ରେସ ସଦସ୍ର। ଅପରପକ୍ଷରେ ଜନସଂଖ୍ୟା ଭିତ୍ତିରେ ଓବିସି ସଂରକ୍ଷଣ ବ୍ୟବସ୍ଥା ଲଗୁ କରାଯାଉ ବୋଲି ବିଜେଡି ସଭ୍ୟମାନେ ଦାବି କରି ଗୃହ ମଝିରେ ପ୍ଲାକାର୍ଡ଼ ଧରି ହୋହାଲ୍ଲା କରିଥିଲେ। ଫଳରେ ସୁରୁଖୁରୁରେ ଚାଲିପାରି ନଥିଲା ଗୃହ। ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ପରେ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ସଭ୍ୟ ଧାରଣା ଦେଇଥିଲାବେଳେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ସଭ୍ୟ ଧାରଣା ଦେଇଥିଲେ।

ସୋମବାର ଧାର୍ଯ୍ୟ ସାଢ଼େ ଦଶରେ ଗୃହକାର୍ଯ୍ୟକୁ ପରିଚାଳନା ପାଇଁ ନିଜ ଆସନକୁ ବାଚସ୍ପତି ସୁରମା ପାଢ଼ୀ ଆସିଥିଲେ। ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଗୃହରେ ଦିବଙ୍ଗତ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ପ୍ରସ୍ତାବ ପରେ କଂଗ୍ରେସ ସଭ୍ୟମାନେ ପ୍ରଥମେ ଗୃହ ମଝିରେ ଘଣ୍ଟ ଓ ଝାଞ୍ଜ ବଜାଇ ହୋହାଲ୍ଲା କରିଥିଲେ।

ନାରୀ ସୁରକ୍ଷାକୁ ନେଇ ସେମାନେ ହଟ୍ଟଗୋଳ କରିଥିଲେ। ସେମିତି ବିଜେଡି ସଭ୍ୟମାନେ ଜନସଂଖ୍ୟା ଭିତ୍ତିରେ ଓବିସି ସଂରକ୍ଷଣ ବ୍ୟବସ୍ଥା ଲଗୁ କରାଯାଉ ବୋଲି ଦାବି କରି ଗୃହ ମଝିରେ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ଅସ୍ୱାଭାବିକ ସ୍ଥିତି କାରଣରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ବାଧ୍ୟ ହୋଇ ପ୍ରଥମେ ୧୦ଟା ୧୪ରୁ ମଧ୍ୟାହ୍ନ ସାଢ଼େ ୧୨.୦୯ ଯାଏଁ ଗୃହକୁ ମୁଲତବି କରିଥିଲେ। ଗୃହ ଖୋଲିବା ପରେ ପୁଣି ଅନୁରୂପ ସ୍ଥିତି ସୃଷ୍ଟି ହେବାରୁ ପୁଣି ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ କରିଥିଲେ। ଏଭଳି ସରଗରମ ସ୍ଥିତିରେ ଅପରାହ୍ନ ବୈଠକରେ ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ପାରିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking