32.1 C
Bhubaneswar
Monday, June 9, 2025
Homeଓଡିଶାଏକମାତ୍ର ଲକ୍ଷ୍ୟ ବିକଶିତ ଭାରତ: ମୋଦି

ଏକମାତ୍ର ଲକ୍ଷ୍ୟ ବିକଶିତ ଭାରତ: ମୋଦି

ନୂଆଦିଲ୍ଲୀ: ନିତି ଆୟୋଗ ପରିଚାଳନା ପରିଷଦରେ  ପ୍ରଧାନମନ୍ତ୍ରୀ  ଆହ୍ୱାନ  ଦେଇଛନ୍ତି । କହିଛନ୍ତି, ଆମର ଏକମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ହେବ । ସବୁ ରାଜ୍ୟ, ସହର, ନଗରପାଳିକା , ଗାଁକୁ  ବିକଶିତ କରିବା । ଏହି ଲକ୍ଷ୍ୟ ହାସଲ ପାଇଁ ୨୦୪୭ କୁ ଅପେକ୍ଷା ନକରି  ଏବେଠୁ କରିବା । ଏପରି ନୀତି ନିର୍ଧାରଣ କରିବା , ଯାହା ସାଧାରଣ ବ୍ୟକ୍ତିର ଉନ୍ନତି କରିବ । ପରିବର୍ତ୍ତନ ଯେପରି ଆନ୍ଦୋଳନର ରୂପ ନେବ ତାହା କରିବା । ଆମ ଶକ୍ତିରେ ମହିଳାମାନଙ୍କୁ ମଧ୍ୟ ସାମିଲ କରିବା ।ସୂଚନା ଥାଉକି, ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ନୀତି ଆୟୋଗର ବୈଠକ ବସିଥିଲା ।  ଅପରେସନ ସିନ୍ଦୂର ପରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପ୍ରମୁଖ ବୈଠକ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking