27.1 C
Bhubaneswar
Monday, March 30, 2026
Homeଓଡିଶାକାନ୍ଥ ଭୁଷୁଡି ଚାଲିଗଲା ବୃଦ୍ଧାଙ୍କ ଜୀବନ

କାନ୍ଥ ଭୁଷୁଡି ଚାଲିଗଲା ବୃଦ୍ଧାଙ୍କ ଜୀବନ

ବାଣପୁର : କାନ୍ଥ ଭୁଷୁଡି ଚାଲିଗଲା ବୃଦ୍ଧାଙ୍କ ଜୀବନ। ଲଗାଣ ବର୍ଷାରେ ମାଟି କାନ୍ଥ ଭୁଷୁଡି ପଡିବାରୁ ଏଭଳି ଅଘଟଣ ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ଖାରିଆ ପଲ୍ଲୀ ଗ୍ରାମର ଶ୍ରୀମତି ଶବର (୮୦)। ବାଣପୁର ବ୍ଳକର ଆଦିବାସୀ ଅଧ୍ୟୁଷିତ ନିଳାଦ୍ରୀ ପ୍ରସାଦ ପଞ୍ଚାୟତର ଖାରିଆପଲ୍ଳୀ ଗ୍ରାମରେ ଏକ ଝାଟିମାଟି ଚାଳ ଘରେ ଶ୍ରୀମତି ଏକାକୀ ରହୁଥିଲେ। ଗୁରୁବାର ରାତି ତମାମ୍ ସ୍ଥାନୀୟ ଅଞ୍ଚଳରେ ବର୍ଷା ଲାଗି ରହିଥିଲା। ଫଳରେ ଘରର ମାଟି କାନ୍ଥଟି ବର୍ଷାରେ ବତୁରି ରାତି ଅଧରେ ଭୁଷୁଡି ଶ୍ରୀମତିଙ୍କ ଉପରେ ଖସି ପଡିଥିଲା। ତେବେ କାନ୍ଥ ଭୁଷୁଡିବା ଶବ୍ଦ ଶୁଣି ମଧ୍ୟ ଲଗାଣ ବର୍ଷା ଓ ଗାଁରେ ହାତୀ ପଶିଥିବା ସନ୍ଦେହ କରି କୈାଣସି ଗ୍ରାମବାସୀ ଘରୁ ବାହାରି ନଥିଲେ। ସକାଳେ ଶ୍ରୀମତି ଶବର କାନ୍ଥ ତଳେ ଚାପି ହୋଇ ପଡିଥିବା ଗ୍ରାମବାସୀ ଦେଖିପାରି ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଟି ହଟାଇ ଶ୍ରୀମତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking