31.1 C
Bhubaneswar
Friday, February 13, 2026
Homeଓଡିଶାଶୌଚ ହେବାକୁ ଯାଇ ଭାସିଗଲେ ବୃଦ୍ଧ

ଶୌଚ ହେବାକୁ ଯାଇ ଭାସିଗଲେ ବୃଦ୍ଧ

ବଲାଙ୍ଗିର: ଶୌଚ ହେବା ପାଇଁ ଯାଇ ନଦୀରେ ଭାସିଯାଇଥିଲେ ବୃଦ୍ଧ। ଆଜି ସକାଳେ ମିଳିଲା ମୃତଦେହ। ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ପଲସଖଣ୍ଡ ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦୟା ଭୋଇ। ତାଙ୍କ ଘର ପଲସଖଣ୍ଡ ଗାଁରେ ବୋଲି ଜଣାଯାଇଛି।

ଗତକାଲି ଦୟା ଗାଈ ଚରାଇବାକୁ ଗାଁ ନିକଟରେ ଥିବା ବାଗୀହରଣ ନଦୀ ପଠାକୁ ଯାଇଥିଲେ। ପରେ ଚପଲ, ବାଡ଼ି ଓ ଛତାକୁ ରଖି ଶୌଚ ହେବା ପାଇଁ ନଦୀ ଭିତରକୁ ଯାଇଥିଲେ। ଶୌଚ ହେବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ଭାସି ଯାଇଥିଲେ। ଦୟା ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରେ ନଦୀ କୂଳରେ ଦୟାଙ୍କ ଚପଲ, ବାଡ଼ି ଓ ଛତାକୁ ଦେଖି ସେ ଭାସିଯାଇଥିବା ସନ୍ଦେହ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking