ଢେଙ୍କାନାଳ: ଆମ୍ବ ତୋଟାରୁ ବୃଦ୍ଧାଙ୍କୁ ଦଳି ମାରିଦେଲା ଦନ୍ତା । କପିଳାସ ରେଞ୍ଜ ଆମ୍ବନାଲି ଗାଁ ନିକଟରେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାରରେ ଶୋକର ଛାୟା ଖେଳିଯାଇଛି । ହାତୀମାନଙ୍କ ଏଭଳି ଉତ୍ପାତକୁ ଦେଖି ଗାଁରେ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଛି ।