33.1 C
Bhubaneswar
Tuesday, March 31, 2026
Homeଅପରାଧବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ସମ୍ବଲପୁର : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଲୋଇସିଂ ଗ୍ରାମର ମୁଣ୍ଡାପଡାରେ ଘଟିଛି ନିର୍ମମ । ହତ୍ୟାକାଣ୍ଡ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକଙ୍କ ନାମ ଲବ ମୁଣ୍ଡା(ଡୁଡି) ବୋଲି ଜଣାପଡ଼ିଛି। ବୁଧବାର ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ, ଲବ ମୁଣ୍ଡା ନିଜ ଘର ବାରଣ୍ଡାରେ ଖଟ ଉପରେ ଶୋଇଥିବାବେଳେ ବୁଧବାର ସକାଳୁ ଖଟ ତଳୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ଲବଙ୍କ ପତ୍ନୀ ଗତ କିଛି ବର୍ଷ ହେବ କେଉଁଆଡେ ଚାଲି ଯାଇଥିବାବେଳେ ଲବ ଘରେ ଏକୁଟିଆ ରହୁଥିଲା। ତେବେ ଡୁଡି ମୁଣ୍ଡାଙ୍କ ଜ୍ୱାଇଁ ଗତ କିଛି ଦିନ ହେଲା ଶ୍ବଶୁର ଘରକୁ ଆସି ଶ୍ବଶୁର ଡୁଡିଙ୍କ ସହିତ ମଝିରେ ମଝିରେ କୌଣସି କଥାକୁ ନେଇ ଝଗଡ଼ା କରି ଆସୁଥିଲା। ମଙ୍ଗଳବାର ଦିନ ମଧ୍ୟ ଡୁଡିଙ୍କ ଜ୍ୱାଇଁ ଶ୍ବଶୁର ଘର ଆସି ଶ୍ବଶୁରଙ୍କ ସହିତ ଝଗଡ଼ା କରି ଧମକ ଚମକ ଦେଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବାରୁ ଏହି ହତ୍ୟାକାଣ୍ଡରେ ଜ୍ୱାଇଁଙ୍କର ହାତ ଥିବା ସନ୍ଦେହ କରାଯାଉଛି। ଖବର ପାଇ କିସିଣ୍ଡା ପୁଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking