ବୈଶିଙ୍ଗା: ପୋଖରୀରେ ବୁଡ଼ି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ପଞ୍ଚାୟତ ଗମ୍ଭାରିଆ ଗ୍ରାମର ନୀଳକଣ୍ଠ ଦେହୁରୀ(୬୯) । ନୀଳକଣ୍ଠ ମଙ୍ଗଳବାର ଭୋର ସମୟରେ ଶୌଚ ହେବା ପାଇଁ ପାଖ ପୋଖରୀକୁ ଯାଇଥିବାବେଳେ କୌଣସି କାରଣବଶତଃ ପାଣିରେ ବୁଡ଼ି ଯାଇଥିଲେ । ପରିବାରବର୍ଗ ତାଙ୍କୁ ପାଣିରେ ଭାସୁଥିବାର ଦେଖି ତୁରନ୍ତ ଉଦ୍ଧାର କରି ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁୁ ମୃତ ଘୋଷଣା କରିଥିଲେ । ଖବରପାଇ ମାଣତ୍ରୀ ଫାଣ୍ଡି ଅଧିକାରୀ ଲମ୍ୱୋଧର ବାରିକ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇ ଦେଇଥିବା ଜଣାଯାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ନେଇ ପୁଲିସ ସୂତ୍ରରୁ ଜଣାପଡ଼ିଛି ।










