ଭୁବନେଶ୍ୱର : କଟନୀ ଛଟନୀ ନେଇ ଗୁମର ଖୋଲିଲେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର । ଅଫିସରଙ୍କ ମନମାନୀ ଚାଲିଛି । ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ । ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି କିଛି ଜିଲ୍ଲାରେ ମିଲର ମନମାନୀ କରୁଛନ୍ତି । ଜିଦ ଘରୁଛନ୍ତି କି ୬ରୁ ୭ କିଲୋ କାଟିବା ପାଇଁ । ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ । ମତେ ଆଶ୍ଚଯ୍ୟ ଲାଗିଲା ଶୁଣି । ମତେ ଜଣେ ଆଇଏଏସ ଅଫିସର କହିଲେ କୃଷକ ମିଲରଙ୍କ ଭିତରେ ଛାଡି ଦିଅନ୍ତୁ , ଆପଣ ମୁଣ୍ଡ ପୁରାନ୍ତୁନି । ସେମାନେ ଆପେ ନେଇଯିବେ । ମୁଁ ଅଫିସରକୁ କହିଲି ତେବେ ପଲିସିର ଲାଭ କଣ । ଏଭଳି ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି । ଯେତେବଡ ଅଫିସର ହେଉ କଟନୀ ଛଟନୀ କଲେ ତାଙ୍କ ଉପରେ କାଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ମିଲରମାନେ ଏମିତି କରିବେ ତାଙ୍କୁ ବ୍ଲାକ ଲିଷ୍ଟରେ ପକାଯିବ ବୋଲି ମନ୍ତ୍ରୀ ବଡ ବୟାନ ଦେଇଛନ୍ତି ।