17.1 C
Bhubaneswar
Monday, December 8, 2025
Homeଦେଶ ବିଦେଶକମଳା ହାରିସ୍‌ଙ୍କୁ ଓବାମା ଦମ୍ପତିଙ୍କ ସମର୍ଥନ

କମଳା ହାରିସ୍‌ଙ୍କୁ ଓବାମା ଦମ୍ପତିଙ୍କ ସମର୍ଥନ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ  ଜୋ ବାଇଡେନ୍ ଓହରିଯିବା ପରେ ତାଙ୍କ ଡେପୁଟି ତଥା ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ଙ୍କୁ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଡେମୋକ୍ରାଟିକ୍ ପାର୍ଟିର ପ୍ରାୟ ସମସ୍ତ ସାଂସଦ, କମଳା ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ବ୍ୟକ୍ତ କରିଛନ୍ତି । ତେବେ ଏସବୁ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ବରିଷ୍ଠ ସଦସ୍ୟ ବାରାକ୍ ଓବାମା ଏବଂ ତାଙ୍କ ପତ୍ନୀ ମିଚେଲ୍ ଓବାମା ମଧ୍ୟ କମଳା ହାରିସ୍‌ଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ସମର୍ଥନ ବ୍ୟକ୍ତ କରିଛନ୍ତି ।
ରିପୋର୍ଟ ଅନୁସାରେ ବାରାକ୍ ଓବାମା ଏବଂ ତାଙ୍କ ପତ୍ନୀ ମିଚେଲ, ସମର୍ଥନ ବ୍ୟକ୍ତ କରିବା ପରେ ପରେ କମଳା ହାରିସ୍‌ଙ୍କ ପ୍ରତି ଏବେ ଆମେରିକାବାସୀଙ୍କ ସମର୍ଥନ ହାର ବେଶ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି । ଆଜି ଓବାମା ଏବଂ ମିଚେଲ୍ ଫୋନ୍ କରି କମଳା ହାରିସ୍‌ଙ୍କୁ ଫୋନ୍ କରି ନିଜ ସମର୍ଥନ ବ୍ୟକ୍ତ କରିଥିଲେ ଏବଂ ନିର୍ବାଚନରେ ଉଭୟ ଯଥାସମ୍ଭବ ତାଙ୍କ ବିଜୟ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ନେଇ ଆଶ୍ୱସ୍ତ କରିଥିଲେ । ମିଚେଲ, କମଳାଙ୍କୁ ତାଙ୍କ ପାଇଁ ଗର୍ବିିତ ଅନୁଭବ କରୁଥିବା ଏବଂ ଆଗାମୀ ନିର୍ବାଚନ ଐତିହାସିକ ହେବାକୁ ଯାଉଛି ବୋଲି କହିଥିଲେ । ପରୋକ୍ଷରେ ନିଜ ପ୍ରତି ସମର୍ଥନ ପାଇଁ କମଳା ହାରିସ୍‌, ଉଭୟଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ।
ପ୍ରକାଶ, ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ପ୍ରାୟ ୧୦୦ ଦିନ ବାକି ରହିଛି । ଏପରି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି । ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଏହି ସମୟରେ କମଲା ହାରିସ ଗାଜା ଯୁଦ୍ଧ ଶେଷ କରିବାକୁ ନେତାନ୍ୟାହୁଙ୍କ ଉପରେ ଚାପ ପକାଇଥିଲେ । ସେ କହିଛନ୍ତି, ଗାଜାର ଦୁଃଖ ବିଷୟରେ ସେ ଚୁପ ରହିବେ ନାହିଁ, ଏଥିପାଇଁ ସେ ଶପଥ ନେଇଛନ୍ତି । ତେବେ କମଲା ହାରିସ ମଧ୍ୟ ଦୋହରାଇଛନ୍ତି ଯେ ଇସ୍ରାଏଲର ମଧ୍ୟ ନିଜକୁ ରକ୍ଷା କରିବାର ଅଧିକାର ଅଛି । ନିର୍ବାଚନ ପୂର୍ବରୁ ହୋଇଥିବା ପୋଲ୍‌ରେ କମଲା, ପ୍ରତିପକ୍ଷ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ଅଗ୍ରଣୀ ରହୁଥିବା ଦେଖିବାକୁ ମିଳୁଛି । ନିର୍ବାଚନରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking