25.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଇଣ୍ଡୋନେସିଆରେ ବଢିଲା ପର୍ଯ୍ୟଟକଙ୍କ ସଂଖ୍ୟା

ଇଣ୍ଡୋନେସିଆରେ ବଢିଲା ପର୍ଯ୍ୟଟକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ପର୍ଯ୍ୟଟନ କୁ ପ୍ରୋତ୍ସାହିତ କରିବା ପାଇଁ  ଇଣ୍ଡୋନେସିଆ ୯୬ଟି  ଦେଶ ପାଇଁ ଭିସା ମୁକ୍ତ ଯାତ୍ରା ଘୋଷଣା କରିଛି  ।  ୧୭୦୦୦ ଦ୍ୱୀପ ପୁଞ୍ଜରେ ଗଠିତ  ଦେଶ ବହୁତ ସୁନ୍ଦର ଯାହାର ବେଳାଭୁମି ପର୍ଯ୍ୟଟକଙ୍କୁ  ଆକର୍ଷିତ କରିଥାଏ ।  ପର୍ଯ୍ୟଟନକୁ  ଆହୁରି ପ୍ରୋତ୍ସାହିତ କରିବା ପାଇଁ  ଇଣ୍ଡୋନେସିଆର ଏକ ନୂତନ ଭିସା  ନୀତି କାର୍ଯ୍ୟକାରୀ କରିଛି । ଯେଉଁଥିରେ ୯୬ଟି ଦେଶରୁ ପର୍ଯ୍ୟଟକଙ୍କୁ  ଇଣ୍ଡୋନେସିଆ ପରିଦର୍ଶନ  କରିବା ପାଇଁ  କୌଣସି ଭିସା ଦରକାର ହେବ ନାହିଁ । ଏହି ୯୬ ଟି ଦେଶରେ  ଆମେରିକା , ସିଙ୍ଗାପୁର , ବ୍ରିଟେନ, ଜାପାନ, ମେକ୍ସିକୋ ଯାହାର ନାଗରିକମାନେ  ଇଣ୍ଡୋନେସିଆ ପରିଦର୍ଶନ ପାଇଁ  ଭିସା ଆବଶ୍ୟକ ପଡିବ ନାହିଁ । ମେ ୨୦୨୪ରେ ଇଣ୍ଡୋନେସିଆରେ ପର୍ଯ୍ୟଟନରେ  ଏକ ବଡ ଧରଣର ବୃଦ୍ଧି ଘଟିଥିଲା । ଯେତେବେଳେ  ଦେଶରେ  ପର୍ଯ୍ୟଟକ ଙ୍କ ସଂଖ୍ୟା ୧୧ ଲକ୍ଷ ୫୦ ହଜାରକୁ ବୃଦ୍ଧି ପାଇଥିଲା । ଏପ୍ରିଲ ୨୦୨୪ରେ ତୁଳନାରେ  ଏହି ସଂଖ୍ୟା ୭.୩୬ ପ୍ରତିଶତ  ଅଧିକ ଥିଲା । ମେ ୨୦୨୩ରେ  ପର୍ଯ୍ୟଟକଙ୍କ ସଂଖ୍ୟାରେ ୨୦. ୧୧ ପ୍ରତିଶତ  ଡେଇଁପଡିଥିଲା । ବିଶ୍ୱ ପର୍ଯ୍ୟଟନ ସ୍ଥଳ ଭାବେ ଇଣ୍ଡୋନେସିଆର  ଲୋକପ୍ରିୟତା  କ୍ରମାଗତ ଭାବରେ  ବୃଦ୍ଧି ପାଉଛି । ଇଣ୍ଡୋନେସିଆକୁ ପର୍ଯ୍ୟଟକ ଙ୍କ  ଆଗମନ ହେତୁ ଜାକର୍ତ୍ତା ପରି ଇଣ୍ଡୋନେସିଆ ସହରଗୁଡିକ ମଧ୍ୟ   ଅତୀତରେ ଲୋକପ୍ରିୟ ହୋଇପାରିଛି  । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ଉପରେ   ଇଣ୍ଡୋନେସିଆର ସରକାର ଅନେକ କାର୍ଯ୍ୟ କରିଛନ୍ତି  ।ଜାକର୍ତ୍ତା , ଲମ୍ବୋକ ପରି ଟ୍ରାଭେଲ  ହଟସ୍ପଟ  ଗୁଡିକରେ  ହୋଟେଲ ଏବଂ ବୁଲିବା ପାଇଁ ସୁବିଧା କରାଯାଇଛି । ଇଣ୍ଡୋନେସିଆର ନୂଆ ଭିସାନୀତି  କେବଳ ପର୍ଯ୍ୟଟନକୁ  ବୃଦ୍ଧି କରିବ ନାହିଁ । ବରଂ ଦେଶର ବ୍ୟବସାୟିକ ସୁଯୋଗକୁ ବଢାଇବ । ଯାହା ଇଣ୍ଡୋନେସିଆର ଅର୍ଥନୈତିକ କ୍ଷେତ୍ରରେ  ସହାୟକ ହେବ । ବିଶ୍ୱର ସଂଯୋଗକୁ ବୃଦ୍ଧି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking