14.1 C
Bhubaneswar
Saturday, December 27, 2025
Homeଓଡିଶାବଢିବ ‘ମୋ ବସ୍‌’ ସଂଖ୍ୟା : ମନ୍ତ୍ରୀ

ବଢିବ ‘ମୋ ବସ୍‌’ ସଂଖ୍ୟା : ମନ୍ତ୍ରୀ

ଭୁବନେଶ୍ୱର : ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବସ୍‌ ସେବା ଭଲ ଅଛି, ଆହୁରି ବସ୍‌ ସଂଖ୍ୟା ବଢିବ। ଆଉ ୪ଶହ ଇଲେକ୍ଟ୍ରୋନିକ୍‌ ବସ୍‌ ଆସୁଛି, ଖୁବ୍‌ଶୀଘ୍ର ପହଞ୍ଚିବ। ଭୁବନେଶ୍ୱର ଏବଂ କଟକ ପାଇଁ ଶହେ ଲେଖାଏ ବସ୍‌ ରହିବ। ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯିବ।
ବୁଧବାର ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରୀଙ୍କ ସହ କଥା ହୋଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ସେ ଗାଡକଣ ପର୍ୟ୍ୟନ୍ତ ଯାତ୍ରା କରି ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ମୋ ବସରେ ଯାତ୍ରା କରିବା ସମୟରେ ମନ୍ତ୍ରୀ କହିଛନ୍ତି, ବସରେ ଯାତ୍ରା କଲେ ହିଁ, ଆମେ ଲୋକଙ୍କ ଅସୁବିଧା ବୁଝିପାରିବୁ । ତେଣୁ ସେ ଆଜି ମୋ ବସରେ ଯାତ୍ରା କରିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଯାତ୍ରୀମାନେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବେ, ସେନେଇ ମୋ ବସ୍ କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking