24.1 C
Bhubaneswar
Wednesday, January 14, 2026
Homeଓଡିଶାଶିମିଳିପାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧ

ଶିମିଳିପାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧ

ବାରିପଦା: ଶିମିଳିପାଳର କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, କୁମ୍ଭୀରଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ଅଧିକ। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ଅଛନ୍ତି। ଜାନୁଆରୀ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା କରାଯାଇଥିଲାଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୁମ୍ଭୀର ଗଣନା ପାଇଁ ଉତ୍ତର ଏବଂ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା କରାଯାଇଥିଲା। ପ୍ରତ୍ୟେକ ରେଞ୍ଜରେ କୁମ୍ଭୀର ଗଣନା ପାଇଁ ବନପାଳ ଏବଂ କର୍ମଚାରୀଙ୍କ ସମେତ ୦ଟି ଦଳରେ ୧୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ଶିମିଳିପାଳ ଏବଂ ଆଖପାଖ ଅଞ୍ଚଳରେ ଗୋମୁହା କିମ୍ବା ମାଗର ପ୍ରଜାତିର ଅଧିକ କୁମ୍ଭୀର ଦେଖାଯାଆନ୍ତି। ଶିମିଳିପାଳ ଦକ୍ଷିଣ ଜଙ୍ଗଲରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ଜଙ୍ଗଲରେ ଗୋଟିଏ ଏବଂ ରାମତୀର୍ଥରେ ୫ଟି କୁମ୍ଭୀର ଅଛନ୍ତି। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking