ନୂଆଦିଲ୍ଲୀ: ପୁଣି କରୋନା ଦେଶରେ ତାଣ୍ଡବ ଆରମ୍ଭ କରିଲାଣି । ଦେଶରେ ୨ହଜାର ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ପର୍ଯ୍ୟନ୍ତ ଦେଶରେ ୨ହଜାର ୭ଶହ ଜଣ କୋଭିଡ ପଜିଟିଭ ଟିହ୍ନଟ ହେଲେଣି । କେରଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ ମାମଲା ରେକର୍ଡ ହୋଇଛି, ତା’ପରେ ମହାରାଷ୍ଟ୍ର ୪୨୪, ଦିଲ୍ଲୀ ୨୯୪ ଏବଂ ଗୁଜରାଟ ୨୨୩ ମାମଲା ରହିଛି । କର୍ଣ୍ଣାଟକ ଏବଂ ତାମିଲନାଡୁରେ ପ୍ରତ୍ୟେକ ୧୪୮ , ପଶ୍ଚିମବଙ୍ଗରେ ୧୧୬ କରୋନା ମାମଲା ରେକର୍ଡ ହୋଇଛି । ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି,ମହାରାଷ୍ଟ୍ରରେ ୨, ପଞ୍ଜାବ, ଦିଲ୍ଲୀ, ତାମିଲନାଡୁ, କଣ୍ଣାଟକ ଏବଂ ଗୁଜୁରାଟରେ ଜଣେ ଲେଖାଏ ମୃତ୍ୟୁ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ଛୁଇଁଛି । ପୂର୍ୱରୁ ଭୁବନେଶ୍ୱରରେ ୫ ,କଟକରୁ ଜଣେ, ଖୋର୍ଧାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଶରୀରର ଯତ୍ନ ନେବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ଏହି ଭାରିଆଣ୍ଟ ଅଧିକ କ୍ଷତିକାରକ ହେଉନଥିବାରୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଲୋକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ସେଚତନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ।