ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ବିଶେଷ କରି, ବୟସ୍କ ଓ ଗର୍ଭବତୀ, ଓ ଛୋଟ ପିଲାଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେପଟେଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୪ ଶହ ପାର କରିଛି । ଏହା ବ୍ୟତୀତ ଯଦି ରାଜ୍ୟମାନଙ୍କ କଥା କହିବା ତେବେ ସବୁଠାରୁ ଅଧିକ ସଂକ୍ରମିତ ଗୁଜରାଟରୁ ଚିହ୍ନଟ ହୋଇଛନ୍ତି । ଏବେ ଗୁଜରାଟରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୭ ରହିଛି । ସେହିଭଳି ଦିଲ୍ଲୀରେ ୬୭୨, କେରଳରେ ୨୧୦୯, ମହାରାଷ୍ଟ୍ରରେ ୬୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।