ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବଢୁଛି ଗୁଳୁଗୁଳି । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୩ ଡିଗ୍ରୀ ଛୁଇଁଲା ତାପମାତ୍ରା । ୫୫.୪ ପ୍ରତିଶତ ଆଦ୍ରତା ଯୋଗୁଁ ରାଜଧାନୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସମେତ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ନିଷ୍କ୍ରିୟ ରହିବ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ.ସୁରେନ୍ଦ୍ର ନାଥ ପଶୁପାଳକ । ହେଲେ ପଶ୍ଚିମ ଉପକୂଳ ସମେତ ଉତ୍ତରପୂର୍ବ ରାଜ୍ୟରେ ବର୍ଷା ହେବ । ୧୦ ତାରିଖରୁ ବାୟୁର ଦିଗ ପରିବର୍ତ୍ତନ ହେବାର ସମ୍ଭାବନା ଥିବାରୁ ୧୧ କିମ୍ବା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।