20.1 C
Bhubaneswar
Thursday, February 12, 2026
Homeଓଡିଶାଘରୋଇ ଡାକ୍ତରଖାନାରେ ସିଜରିଆନ ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ଅଧିକ

ଘରୋଇ ଡାକ୍ତରଖାନାରେ ସିଜରିଆନ ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର: ୨୦୨୩-୨୪ ମସିହାରେ ଘରୋଇ ଡାକ୍ତରଖାନାରେ ଜନ୍ମିତ ଶିଶୁଙ୍କ ମଧ୍ୟରୁ ୧୮.୧୭ ପ୍ରତିଶତ ସିଜରିଆନ ଦ୍ୱାରା ହୋଇଥିବାବେଳେ ଘରୋଇ ଡାକ୍ତରଖାନାରେ ଏହିହାର ୮୧.୦୬ ପ୍ରତିଶତ ରହିଛି । ରାଜ୍ୟରେ ଜନ୍ମିତ ଶିଶୁମାନଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ସୂଚନାରୁ ଏହା ଜଣାପଡିଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୩-୨୪ ବର୍ଷରେ ସରକାରୀ ଡାକ୍ତରରେ ୪,୫୧,୦୫୯ ଜଣ ପିଲା ଜନ୍ମ ହୋଇଥିବାବେଳେ ଏମାନଙ୍କ ମଦ୍‍ୟରୁ ୮୧,୮୯୦ ଅର୍ଥାତ୍‍ ୧୮.୧୭ ପ୍ରତିଶତ ସିଜରିଆନ ଦ୍ୱାରା ହୋଇଥିଲେ ।

ସାଧାରଣ ପ୍ରସବ ଶିଶଙ୍କ ହାର ଥିଲା ୮୧.୮୨ ପ୍ରତିଶତ । ସେହି ସମୟରେ ଘରୋଇ ଡାକ୍ତରଖାନାରେ ମୋଟ୍‍ ୧,୪୦,୧୨୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧,୧୩,୫୮୯ ଜଣ ଅର୍ଥାତ୍‍ ୮୧.୦୬ ପ୍ରତିଶତ ସିଜରିଆନ ପ୍ରଣାଳୀରେ ଜନ୍ମ ହୋଇଥିବାବେଳେ ୨୬,୫୨୮ ଜଣ ଅର୍ଥାତ୍‍ ୧୮.୯୩ ପ୍ରତିଶତ ସାଧାରଣ ପ୍ରସବ ଦ୍ୱାରା ଜନ୍ମ ନେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୨-୨୩ ବର୍ଷ ଅର୍ଥାତ୍‍ ୦୧.୦୯.୨୦୨୨ ରୁ ୩୧.୦୮.୨୦୨୩ ମଧ୍ୟରେ ରାଜ୍ୟରେ ୬୩,୭୭୦ ଜଣ ଶିଶୁ ସିଜରିଆନ ପ୍ରଣାଳୀରେ ଜନ୍ମଗ୍ରହଣ କରିଥିବାବେଳେ ୨୦୨୩-୨୪ ବର୍ଷର ଏହି ସମୟରେ ସିଜରିଆନ ଜନ୍ମିତ ଶିଶୁଙ୍କ ସଂଖ୍ୟା ଥିଲା ୭୮,୨୧୧ ଏବଂ ଚଳିତ ଆର୍ଥବର୍ଷରେ ୦୧.୦୯.୨୦୨୪ ରୁ ୧୮.୦୩.୨୦୨୫ ମଧ୍ୟରେ ରାଜ୍ୟରେ ୪୫,୫୪୮ ଜଣ ସିଜରିଆନ ଶିଶୁ ଜନ୍ମ ନେଇଛନ୍ତି । ଉପରୋକ୍ତ ସମସ୍ତ ଜନ୍ମିତ ସମସ୍ତ ଶିଶୁଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବ୍ୟବହାର ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking