ଭୁବନେଶ୍ୱର : ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ । ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ । ୨୦୦୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଆର୍ ସନ୍ଥଗୋପାଳନ । ନୂଆ ନିଯୁକ୍ତି ନେଇ ଇସିଆଇ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ପୂର୍ବରୁ ସିଇଓ ଥିବା ନିକୁଞ୍ଜବିହାରୀ ଧଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ମିଳିବା ପରେ ସିଇଓ ପଦବୀ ଖାଲି ପଡିଥିଲା ।









