ନବରଙ୍ଗପୁର : ଘରେ କେହି ନଥିବା ବେଳେ ମହିଳାଙ୍କୁ ହାତ ଗୋଡ଼ ବାନ୍ଧି ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ନିଜେ ନବରଙ୍ଗପୁର ଏସପି ମିହିର କୁମାର ପଣ୍ଡା ପ୍ରେସମିଟ୍ କରି ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି । ପଡୋଶୀ ସାଜିଥିଲା ଚୋର । ସାଙ୍ଗ ସହିତ ମିଶି ଛୁରୀ ମୁନରେ ଭୟଭୀତ କରି ପଡୋଶୀଙ୍କ ଘରେ ଚୋରି କରିଥିଲା । ଗତ ୧୩ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ସହର ଦାରୁବନ୍ଧ ସାହିସ୍ଥିତ ସରୋଜ ବେହେରାଙ୍କ ଘରେ କେହି ନଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟ କରିଥିଲେ । ଏସପିଙ୍କ ସୂଚନା ଅନୁସାରେ, ଘଟଣାରେ ୧୪ ଲକ୍ଷ ଟଙ୍କା ସହ ୩୦ ଗ୍ରାମ ସୁନା ଚୋରି ହୋଇଥିଲା । ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।