24.1 C
Bhubaneswar
Wednesday, January 15, 2025
Homeଓଡିଶାଭତ୍ତା ତାଲିକାରୁ ୭,୯୭,୬୩୨ ଜଣଙ୍କ ନାଁ କଟିଲାଣି

ଭତ୍ତା ତାଲିକାରୁ ୭,୯୭,୬୩୨ ଜଣଙ୍କ ନାଁ କଟିଲାଣି

ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟର ଭତ୍ତା ତାଲିକାରୁ ୭,୯୭,୬୩୨ ଜଣଙ୍କ ନାଁ କଟିଲାଣି । ଏହି ତାଲିକାରେ ସବୁଠାରୁ ଆଗରେ ଗଞ୍ଜାମ ଜିଲ୍ଲା ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଭତ୍ତା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବାତିଲ ହୋଇଥିବା ଭତ୍ତା ତାଲିକାରେ ସବୁଠାରୁ ଆଗରେ ରହିଛି ଗଞ୍ଜାମ ଜିଲ୍ଲା । ଏହି ଜିଲ୍ଲାରେ ଗତ ୫ବର୍ଷ ଭିତରେ ୭୭,୨୪୧ ଜଣ ଭତ୍ତା ତାଲିକାର ବାଦ୍‍ ପଡିଥିବାବେଳେ ବଲାଙ୍ଗିର ଜିଲ୍ଲାରୁ ୬୩,୧୨୨, ମୟୁରଭଞ୍ଜରୁ ୫୪,୬୯୬ ଜଣ, ପୁରୀରୁ ୪୯,୪୨୨ ଜଣ, ଖୋର୍ଦ୍ଧାରୁ ୪୬,୩୭୯ଜଣ ବାଦ୍‍ ପଡିଛନ୍ତି । କେନ୍ଦ୍ରାପଡା, ମାଲକାନଗିରି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ହେଲେ ବାଦ୍‍ ପଡି ନାହାନ୍ତି । ଝାରସୁଗୁଡା ଜିଲ୍ଲାରେ ଏହି ସମୟରେ ସବୁଠାରୁ କମ୍‍ ମାତ୍ର ୮୦୫ ଜଣ ଭତ୍ତା ତାଲିକାରୁ ବାଦ୍‍ ପଡିଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking