22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ପରିବର୍ତ୍ତନ ହେଲା ହଲର ନାମ

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ପରିବର୍ତ୍ତନ ହେଲା ହଲର ନାମ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନର ଦରବାର ହଲ ଓ ଅଶୋକ ହଲର ନାମ ପରିବର୍ତ୍ତନ। ଦରବାର ହଲର ନାମ ବଦଳି ହେଲା ଗଣତନ୍ତ୍ର ମଣ୍ଡପ। ସେହିପରି ଅଶୋକ ହଲର ନାମ ବଦଳି ହୋଇଛି ଅଶୋକ ମଣ୍ଡପ। ଦଶନ୍ଧି ଦଶନ୍ଧି ଧରି ଏହି ଦୁଇ ହଲରେ ଅନେକ ଐତିହାସିକ କାର୍ଯ୍ୟକ୍ରମ ହୋଇଆସୁଥିଲା। ଦରବାର ହଲରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଅଶୋକ ହଲ ବଲରୁମ ଭାବେ ବ୍ଯବହୃତ ହେଉଥିଲା। ବ୍ରିଟିଶ ଅମଳରୁ ଚାଲିଆସିଥିବା ଏହି ଦୁଇ ହଲର ନାମ ପରିବର୍ତ୍ତନ ନେଇ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଦୁଇ ହଲର ନାମ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଭବନରେ ଥିବା ଏହି ଦୁଇ ହଲର ଅନେକ ଗୁରୁତ୍ଵପୂର୍ଣ୍ଣ ମହତ୍ଵ ରହିଛି। ଅଶୋକ ହଲର ବିଶେଷତ୍ଵ ହେଉଛି କଳାକୃତିରେ ପରିପୂର୍ଣ୍ଣ ଏହି ହଲରେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏହି କୋଠରୀର ଛାତ ଏବଂ ଚଟାଣର ଅନେକ ଆକର୍ଷଣ ରହିଛି। କୋଠରୀର ଚଟାଣ ସମ୍ପୂର୍ଣ୍ଣ କାଠରେ ନିର୍ମିତ ହୋଇଛି। ଏହି ଚଟାଣର ତଳେ ସ୍ପ୍ରିଙ୍ଗ ଲାଗିଛି। ଅଶୋକ ହଲର ଛାତ ଅଏଲ ପେଣ୍ଟିରେ ସୁସଜ୍ଜିତ ରହିଛି। ଛାତର ମଝିରେ ଚମଡ଼ାରେ ନିର୍ମିତ ଏକ ପେଣ୍ଟିଂ ରହିଛି। ହଲରେ ବେଲଜିୟମରୁ ଆସିଥିବା କାଚର ଝୁମର ଲାଗିଛି। ସେହିପରି ଦରବାର ହଲ ଯାହା ଏବେ ଗଣତନ୍ତ୍ର ହଲ ଭାବେ ପରିଚୟ ପାଇଛି ଏହାର ମଧ୍ୟ ଅନେକ ବିଶେଷତ୍ଵ ରହିଛି। ଏହି ହଲ ପୂର୍ବରୁ ଥ୍ରୋନ୍ ରୁମ ଭାବେ ପରିଚିତ ଥିଲା। ଏହାର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେତୃତ୍ଵ ସରକାର ଅଗଷ୍ଟ ୧୫ ୧୯୪୭ରେ ଶପଥଗ୍ରହଣ କରିଥିଲେ । ୧୯୪୮ରେ ସ୍ଵତନ୍ତ୍ର ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଏଠାରେ ଶପଥଗ୍ରହଣ କରିଥିଲେ। ଦରବାର ହଲ ଛାତରେ ୩୩ ଉଚ୍ଚ ବିଶିଷ୍ଟ ଏକ କାଚର ଝୁମର ଏହାର ସୁନ୍ଦରତାକୁ ଦୁଇଗୁଣା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking