28.1 C
Bhubaneswar
Sunday, September 8, 2024
Homeଓଡିଶାବଜେଟରେ ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ

ବଜେଟରେ ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟ ବଜେଟ ଆଗତ ହୋଇଛି । ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗକୁ ପ୍ରାଥମିକତା ଦେଇଛନ୍ତି । ଗରିବ , ମହିଳା ,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିକଶିତ ଭାରତ ପାଇଁ ବିକାଶ ଓଡିଶା ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ତେବେ ବଜେଟରେ ବଡ ଘୋଷଣା କରିଛନ୍ତି ମୋହନ ସରକାର ।ବଜେଟରେ ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ। ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାମରେ ନାମିତ କରିଛନ୍ତି । ଏହାସହ ଏହି ଯୋଜନା ପାଇଁ ରାଜ୍ୟ ସରକାର ବଜେଟରେ ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ଯୋଜନା ଅଧିନରେ ରାଜ୍ୟର ଗରିବ ଶ୍ରେଣୀର ପୁରୁଷ ୫ ଲକ୍ଷ ମହିଳାମାନେ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ମାଗଣାରେ ଚିକିତ୍ସା ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking