32.1 C
Bhubaneswar
Sunday, March 29, 2026
Homeଓଡିଶାଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର

ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ା ଗାଁର ବାଲ୍ମୀକି ବଣ୍ଡକିଙ୍କ ପୁଅ ଜ୍ୟେଷ୍ଠ ବଣ୍ଡକି (୩୪) ବୋଲି ଜଣାପଡିଛି । ମୃତକଙ୍କ ପରିବାର ଲୋକଙ୍କ ଅଭଯୋଗ ଅନୁସାରେ ମୃତ ଯୁବକ ଏବଂ କଣ୍ଟାମାଳ ଥାନା ମାରଡୁଲ ଗ୍ରାମର ଦାସିରି ଦିଗାଲ ନାମକ ଅନ୍ୟଜଣେ ଯୁବକଙ୍କ ସହ ମିଶି ଗୋଛାପଡା ଅଧୀନରେ ଥିବା ତେତିଲିପଡ଼ା ଗାଁକୁ କୌଣସି କାମରେ ଆସି ଅପରାହ୍ନ ବାରଟା ସମୟରେ ନିଜ ଗାଁକୁ ଫେରୁଥିବା ବେଳେ ଡାଙ୍ଗାଣାମୁ ଘାଟି ନିକଟରେ ଏକ ଧଳାରଙ୍ଗର ବୋଲେରୋରେ ଚାରି ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ ।

ଆକ୍ରମଣକାରୀଙ୍କ କବଳରୁ ଦାସିରି ଡିଗାଲ କୌଶଳ କ୍ରମେ ଖସିଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣ କାରୀମାନେ ସାଙ୍ଗରେ ନେଇଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିଲେ । ମୃତ ଯୁବକଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି ମଧ୍ୟ କରୁଥିବା ସମୟରେ ଡ଼ଙ୍ଗାଣାମୁ ନିକଟରେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଖବର ପାଇଥିଲେ । ମୃତକ ଜଣକ ଧରିଥିବା ବାଇକ ଯାହାର ନମ୍ବର ଓଡି୩୧ଜି୬୫୩୦ ରହିଛି ସେହି ବାଇକଟି ବର୍ତ୍ତମାନ ଗୋଛାପଡା ଥାନାରେ ଥିବା ଜଣାପଡିଛି । ଅନ୍ୟପଟେ ଯୁବକଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭଯୋଗ ଆଣିଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ସୂଚନା ଦେଇଛନ୍ତି ଗୋଛାପଡା ଥାନା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ରୂପକ କୁମାର ଦଳେଇ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking