15.1 C
Bhubaneswar
Thursday, December 18, 2025
Homeଓଡିଶାବହୁଚର୍ଚ୍ଚିତ ଦୀପୁ, ଓମ୍ ହତ୍ୟା ମାମଲା; କୋର୍ଟରେ ହାଜର ହେଲେ ଡିବଦର୍ସଙ୍କ ସମେତ ୭ ଅଭିଯୁକ୍ତ

ବହୁଚର୍ଚ୍ଚିତ ଦୀପୁ, ଓମ୍ ହତ୍ୟା ମାମଲା; କୋର୍ଟରେ ହାଜର ହେଲେ ଡିବଦର୍ସଙ୍କ ସମେତ ୭ ଅଭିଯୁକ୍ତ

କଟକ : ବହୁଚର୍ଚ୍ଚିତ ଦୀପୁ ଓ ଓମ୍ ହତ୍ୟା ମାମଲାରେ ଆଜି ଡିବଦର୍ସ କଟକ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ହାଜର ହୋଇଛନ୍ତି । ଏହି ମାମଲାରେ ସୁଶୀଲ ଧଳ ସାମନ୍ତ, ସୁଶାନ୍ତ ଧଳ ସାମନ୍ତଙ୍କ ସହ ଶୁଭେନ୍ଦ୍‌ୁ ଦାସ, ଦେବାଶିଷ କର, ଆରିଫ୍ ଖାନ୍‌ଙ୍କ ସମେତ ୭ ଅଭିଯୁକ୍ତ ହାଜର ହୋଇଥିଲେ । ଅଦାଲତରେ ଆଜି ଏହି ମାମଲାରେ ସମସ୍ତଙ୍କର ଜମାନବନ୍ଦୀ ଆରମ୍ଭ ହୋଇଛି । ବୁଧବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ୨୦୧୩ ନଭେମ୍ବର ୧୨ ତାରିଖରେ ଧଳସାମନ୍ତ ଭ୍ରାତା ସେମାନଙ୍କ ସହଯୋଗୀ ଚାଉଳିଆଗଞ୍ଜର ଦୀପୁ ଓରଫ ମନୋଜ ମଲ୍ଲିକ୍ ଏବଂ କଲ୍ୟାଣୀନଗରର ଓମ୍ ଓରଫ ଓମ୍ ପ୍ରକାଶ ସ୍ୱାଇଁଙ୍କୁ ଅପହରଣ କରି ନେଇ ଆଠଗଡର ଖୁଣ୍ଟକଟାରେ ଥିବା ଏକ ଫାର୍ମ ହାଉସରେ ପିଟି ପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଧଳସାମନ୍ତ ଭ୍ରାତାଙ୍କ ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦି କାର୍ଯ୍ୟ ଦୀପୁ ଓ ଓମ୍ କରୁଥିବାବେଳେ ଧଳସାମନ୍ତ ଭ୍ରାତାଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ନ କରିବା କାରଣରୁ ଉଭୟଙ୍କୁ ମାରି ଦିଆଯାଇଥିଲା । ଏହି ମାମଲାରେ ଏସ୍‌ଡିଜେଏମ୍ ଅଦାଲତରେ କମିଶନରେଟ୍ ପୁଲିସ୍ ୨୦୧୬ ମସିହା ମଇ ୨୬ ତାରିଖରେ ୧୪ ଜଣଙ୍କ ବିରୋଧରେ ୧୧୨୦ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଏଥିରେ ସୁଶିଲ ଧଳ ସାମନ୍ତ, ସୁଶାନ୍ତ ଧଳ ସାମନ୍ତ, ନିର୍ମଳ ରାଉତ, ଶୁଭେନ୍ଦ୍‌ୁ ଦାସ, ଭୋଲାରାମ ଭଗତ, ଆରିଫ୍ ଖାନ୍‌, ସଞ୍ଜୟ ସାହୁ, ଭରତ ବେହେରାଙ୍କ ନାମ ରହିଛି । ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଅଜୟ ଦାସ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରି ସାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking