ଯାଜପୁର: ଧାମରା ରେଳ ପଥର ନିର୍ମାଣ ବହୁଦିନ ଧରି ଦାବି କାରାଯାଉଛି l ହେଲେ ଏହି ଦାବି ପ୍ରତି ରେଳବାଇ କର୍ତ୍ତୃପକ୍ଷ ଉଦାସୀନ ରହୁଥିବାରୁ ଯାଜପୁର ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତୋଷ ପ୍ରକାଶ ପାଉଛି l ଯାଜପୁରରୋଡ଼ — ଧାମରା ରେଳ ପଥ ସଂଗ୍ରାମ ସମିତି ପକ୍ଷ ରୁ ଅନ୍ଧୋଲାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଯାଜପୁର ରୋଡ଼-ଧାମରା ରେଳପଥର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ରେଳବାଇ ବୋର୍ଡ଼ ପାଖରେ ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ମଞ୍ଜୁରୀ ହୋଇନାହିଁ। ଏହାର ପ୍ରତିବାଦ ରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ରେ ଭୁନେଶ୍ବରସ୍ଥିତ ରେଳବାଇ ବୋର୍ଡ ଅଫିସ୍ ସମ୍ମୁଖ ରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ ନେବା ପାଇଁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ଛି ସ୍ଥାନୀୟ ଶାନ୍ତି ମଣ୍ଡପ ରେ ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଏଭଳି ସୂଚନା ଦିଆଯାଇଛି। ରେଳବାଇ ବୋର୍ଡ ଯାଜପୁର, ଭଦ୍ରକ ତଥା କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ଆବେଗ ତଥା ଉତ୍କଣ୍ଠା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିନାହିଁ ।ରେଳବାଇ ବୋର୍ଡର ଏହି ଟାଳଟୁଳ ନୀତିର ପ୍ରତିବାଦ ଜଣାଇ ସେପ୍ଟେମ୍ବର ୧୧ ଧାରଣାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସଂଗ୍ରାମ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଛି










