ମୟୁରଭଞ୍ଜ: ମା’ ହେବ ଜିନ୍ନତ ା ସେପ୍ଟେମ୍ବରରେ ପ୍ରସବ କରିବ ଶିମିଳିପାଳରେ ଥିବା ବାଘୁଣୀ । କଳା ମହାବଳ ଟି-୧୨ ସହ ସମ୍ପର୍କରେ ଆସି ବାଘୁଣୀ ଜିନ୍ନତ ମା’ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ବନ ବିବାଗ । ଗତମାସ କଳା ମହାବଳ ସହ ଜିନ୍ନତର ସମ୍ପର୍କକୁ ଟ୍ରାକ କରାଯାଇଥିଲା । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ରର ତାଡୋବାରୁ ଓଡିଶାର ଶିମିଳିପାଳ ଆସିଥିଲା ବାଘୁଣୀ । ମେ ମାସରେ ବଡ ଏନକ୍ଲୋଜରରୁ ମୁକ୍ତ ହୋଇ କୋର ଏରିଆକୁ ଛଡାଯିବା ପରେ ମା ହୋଇଛି ଜିନ୍ନତ । ବାଘୁଣୀ ମା ହେବା ନେଇ ସ୍ପଷ୍ଟ ହେବା ପରେ ତାର ଗତିବିଧି ଉପରେ ନଜର ରଖାଯାଇଛି । ଜିନ୍ନତର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବାକୁ ଏକ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି ।










