11.1 C
Bhubaneswar
Friday, January 16, 2026
Homeଦେଶ ବିଦେଶ୫ ବର୍ଷୀୟା ଝିଅକୁ ଧରି କୂଅକୁ ଡେଇଁଲା ମା

୫ ବର୍ଷୀୟା ଝିଅକୁ ଧରି କୂଅକୁ ଡେଇଁଲା ମା

ମହାରାଷ୍ଟ୍ରର : ମହାରାଷ୍ଟ୍ରର ଲାତୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୫ ବର୍ଷୀୟା ଝିଅକୁ ଧରି କୂଅକୁ ଡେଇଁଲେ ମହିଳା। ମାତ୍ର ମହିଳାଙ୍କ ଛୋଟ ପୁଅ ଏଥିରୁ ସୌଭାଗ୍ୟବଶଃତ ବଞ୍ଚି ଯାଇଛନ୍ତି। ଲାତୁର ଅଞ୍ଚଳରେ ରହୁଥିବା ଭାଗ୍ୟଶ୍ରୀ ନିଜ ପୁଅଝିଅଙ୍କୁ ଇଂଲିଶ ମିଡିୟମ ସ୍କୁଲରେ ପଢ଼ାଇବାକୁ ଚାହୁଁଥିଲେ। ମାତ୍ର ତାଙ୍କ ସ୍ୱାମୀ ଛେଳି ବ୍ୟବସାୟ କରୁଥିବା ବେଳେ ତାଙ୍କ ଆର୍ଥିକ ସ୍ଥିତ ସ୍ୱଚ୍ଛଳ ନ ଥିଲା। ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ଏଥିଯୋଗୁ ସବୁବେଳେ ଦୁଃଖରେ ରହୁଥିବା ଭାଗ୍ୟଶ୍ରୀ ଗତକାଲି ଚରମ ପଦକ୍ଷେପ ନେଇଥିଲେ। ସେ ନିଜ ୫ ବର୍ଷୀୟା ଝିଅକୁ ଧରି ପାଖରେ ଥିବା କୂଅ ନିକଟକୁ ଯାଇଥିଲେ। ଘର ଆଗରେ ଖେଳିଥିବା ପୁଅକୁ ଯିବା ନିମନ୍ତେ କହୁଥିଲେ ବି ସେ ମା’ ସହ ଯାଇ ନ ଥିଲେ। ଏହାପରେ ମହିଳାଜଣକ କୂଅ ନିକଟରୁ ସ୍ୱାମୀଙ୍କୁ ଶେଷ ଥର ପାଇଁ ଭିଡ଼ିଓ କଲ୍‌ କରି ଝିଅ ମୁହଁ ଦେଖାଇଥିଲେ। ଏହାପରେ ନିଜ ଝିଅ ସହ ସେ କୂଅକୁ ଡେଇଁପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅରୁ ମା’ ଝିଅଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking