18.1 C
Bhubaneswar
Friday, January 17, 2025
Homeଦେଶ ବିଦେଶବିଶ୍ୱର ସବୁଠାରୁ ଭୟଙ୍କର ଜାଗା; ଯେଉଁଠିକୁ ଥରେ ଗଲେ ଫେରିବା ଅସମ୍ଭବ

ବିଶ୍ୱର ସବୁଠାରୁ ଭୟଙ୍କର ଜାଗା; ଯେଉଁଠିକୁ ଥରେ ଗଲେ ଫେରିବା ଅସମ୍ଭବ

ନୂଆଦିଲ୍ଲୀ: ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି । ଏହାର ନାମ ରଖାଯାଇଛି ପୋଭେଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି, ଯାହାକୁ କେହି ବି ଜାଣନ୍ତି ନାହିଁ । ଏଠାରେ ଗୋଟିଏ ଆଶ୍ଚର୍ଯ୍ୟ କଥା ରହିଛି ଯାହା ହେଉଛି- ଯିଏ ଏଠାକୁ ଯାଏ ସେ ଆଉ ଜୀବନ୍ତ ଫେରି ନଥାଏ । ପୋଭେଗଲିଆ ଆଇଲାଣ୍ଡର ଇତିହାସ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହୋଇଥାଏ । ଚତୁର୍ଦ୍ଦଶ ଶତୀବ୍ଦୀରେ ଯେତେବେଳେ ମହାମାରୀ ଆରମ୍ଭ ହେଲା, ଏହି ଦ୍ୱୀପଟି ମହାମାରୀରେ ପୀଡିତ ଲୋକଙ୍କୁ ପୃଥକ କରିବା ପାଇଁ ବ୍ୟବହୃତ ହୋଇଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଏଠାକୁ ଅଣାଯାଇ ଜୀବନ୍ତ ଦଗ୍ଧ କରାଯାଇଥିଲା। ସେଥିପାଇଁ ଏହି ଦ୍ୱୀପକୁ ପ୍ଳେଗ ଆଇଲାଣ୍ଡ ମଧ୍ୟ କୁହାଯାଏ । ମହାମାରୀ ପରେ ଏହି ଦ୍ୱୀପ ବହୁ ବର୍ଷ ପର୍ଯ୍ୟନ୍ତ ଖାଲି ରହିଥିଲା । ଊନବିଂଶ ଶତାବ୍ଦୀରେ ଏଠାରେ ଏକ ମାନସିକ ଡାକ୍ତରଖାନା ନିର୍ମାଣ କରାଯାଇଥିଲା । ଏଠାରେ ଆଉ କିଛି କଥା କୁହାଯାଇଛି ଯେ ଡାକ୍ତରଖାନାରେ ରୋଗୀଙ୍କୁ ବହୁତ ଖରାପ ବ୍ୟବହାର କରାଯାଏ । ଏହା ସହ ସେହିମାନଙ୍କୁ ନିର୍ଜାତନା ଦିଆଯିବା ସହ ଅନେକ ଥର ଜୀବନ୍ତ ଥିବା ମଣିଷଙ୍କୁ କବର ଦିଆ ଯାଉଥିଲା ।

ଏହା ସହ କୁହାଯାଏ ଯେ ମହାମାରୀରେ ମୃତ୍ୟୁବରଣ କରିଥିବା ଏବଂ ମାନସିକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମା ଏହି ଆଇଲାଣ୍ଡରେ ଘୁରି ବୁଲନ୍ତି । ଏହି ଅଜବ ଘଟଣା ବିଷୟରେ, ଦ୍ୱୀପ ପରିଦର୍ଶନ କରୁଥିବା ଲୋକମାନେ ହିଁ କହିଛନ୍ତି। ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ ଅଚାନକ୍ କାହାର ସ୍ୱର ସୁବିବା ଏବଂ ଅନ୍ଧାରରେ କାହାକୁ ଦେଖିବା ଭଳି ଜଣାଯାଏ । ଏଥି ସହ ଆଇଲାଣ୍ଡ ପରିଦର୍ଶନ କରୁଥିବା ଅନେକ ଲୋକମାନେ ଅସୁସ୍ଥ ମଧ୍ୟ ହୋଇଯାଆନ୍ତି କିମ୍ବା ହଠାତ୍ ମରିଯାଆନ୍ତି । ଏହି ଘଟଣା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ଏଠାକୁ ଯିବାକୁ ମନ ବଳାନ୍ତି ନାହିଁ । ଏହି କାରଣରୁ ପ୍ୟାରସ ସରକାର ଆଇଲାଣ୍ଡ ପରିଦର୍ଶନ କରିବାକୁ ବାରଣ କରିଛନ୍ତି । ଏପରିକି ଯଦି କେହି ଏହି ଦ୍ୱୀପକୁ ଆସନ୍ତି ତେବେ ସେ ଅସୁସ୍ଥ ହୋଇଯିବେ ନଚେତ୍ ହଠାତ୍ ମରିଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking