27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ : ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁଯାୟୀ, ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅରବିନ୍ଦ କେଜ୍ରିୱାଲ ଓ ମମତା ବାନାର୍ଜୀଙ୍କଠାରୁ ବିପୁଳ ବ୍ୟବଧାନରେ ଆଗରେ ଅଛନ୍ତି। ସର୍ଭେ ଅନୁଯାୟୀ, ୩୦ଟି ରାଜ୍ୟର ୩୩.୨ ପ୍ରତିଶତ ଉତ୍ତରଦାତା ଆଦିତ୍ୟନାଥଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମତ ଦେଇଛନ୍ତି। କେଜ୍ରିୱାଲ ୧୩.୮ ପ୍ରତିଶତ ସମର୍ଥନ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଯଦିଓ ଯୋଗୀ ଆଦିତ୍ୟନାଥ ସାରା ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ତଥାପି ଉତ୍ତରପ୍ରଦେଶରେ ତାଙ୍କ ପ୍ରଦର୍ଶନ ରେଟିଂ ହ୍ରାସ ପାଇଛି। ସର୍ବେକ୍ଷଣରୁ ଜଣାପଡିଛି ଯେ ୩୯ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି, ଯାହା କି ଫେବ୍ରୁଆରି ୨୦୨୪ ତୁଳନାରେ ୧୨ ପ୍ରତିଶତ ହ୍ରାସ ପାଇଛି। ଯୋଗୀଙ୍କ ଲୋକପ୍ରିୟତା ହ୍ରାସ ପାଇଁ ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପିର ଦୁର୍ବଳ ପ୍ରଦର୍ଶନକୁ ଦାୟୀ କରାଯାଇପାରେ। ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶରେ ମାତ୍ର ୩୩ଟି ଆସନ ହାସଲ କରିପାରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking