28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ସର୍ବ ସାଧାରଣରେ ପଡିଲା କୋରଡା ମାଡ

ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ସର୍ବ ସାଧାରଣରେ ପଡିଲା କୋରଡା ମାଡ

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ସର୍ବ ସାଧାରଣରେ କୋରଡା ମାଡ। ଆଜ୍ଞା ହଁ ଆପଣଙ୍କୁ ତାଜୁବ ଲାଗୁଥିଲେ ବି ଘଟଣାଟି ସତ। ଭାରତର ପଡୋଶୀ ଦେଶ ଇଣ୍ଡୋନେସିଆରେ କିଛି ଏହିଭଳି ଘଟଣା ଘଟିଛି। ଯେଉଁଠି ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ଦୁଇ ଯୁବକଙ୍କୁ ସର୍ବସାଧାରଣ ଯାଗାରେ ଠିଆ କରି କୋରଡା ମାଡ କରାଯାଇଛି। ଗୁରୁବାର ଉଭୟ ଯୁବକ ନିଜ ଦୋଷ ସ୍ୱୀକାର କରିବା ପରେ କୋର୍ଟ ଇସଲାମିକ ନିୟମାନୁଯାୟୀ ଏହି ଦଣ୍ଡ ବିଧାନ ଘୋଷଣା କରିଥିଲ। ଆପଣଙ୍କୁ ଜଣାଇରଖୁ ଯେ ଇଣ୍ଡୋନେସିଆରେ ସମଲିଙ୍ଗୀ ସମ୍ପର୍କ ରଖିବା ବେଆଇନ ନୁହେଁ। କିନ୍ତୁ ଏହି ଦେଶ ବିଶ୍ୱର ସର୍ବବୃହତ ମୁସଲିମ ବସବାସ କରୁଥିବା ଦେଶ ହୋଇଥିବାରୁ ଏହି ଦଣ୍ଡ ବିଧାନ ଶୁଣାଇଛି।

ତେବେ ଇସ୍ଲାମିକ ଆଇନ ବିଧାନ ସରିୟା ଅନୁସାରେ ବିଚାରପତି ଉଭୟ ଯୁବକଙ୍କୁ ଏହି ଦଣ୍ଡ ବିଧାନ ପ୍ରଦାନ କରିଛନ୍ତି। ବାଣ୍ଡା ଆକେରରେ ଥିବା ପାର୍କରେ ଅପରାହ୍ନ ସମୟରେ ଉଭୟ ଯୁବକଙ୍କୁ ଦଣ୍ଡ ଦେବାପାଇଁ ଅଣାଯାଇଥିଲା। ସର୍ବସମ୍ମୁଖରେ ଉଭୟ ଯୁବକଙ୍କ ମଧ୍ୟରୁ ଜଣକୁ ୮୨ କୋଡା ମାଡ ପଡିଥିବା ବେଳେ ଜମଙ୍କୁ ୭୭ କୋଡା ମାଡ ପଡିଥିଲା। ସୂଚନା ମୁତାବକ, ଉଭୟ ଯୁବକ ବାଣ୍ଡା ଆକେରରେ ଥିବା ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ନିକଟରେ ଉଭୟ ଏକ ହୋଟେଲରେ ଏକା ସହିତ ଗୋଟିଏ ରୁମ ନେଇ ରହିଥିଲେ। ପ୍ରଥମିକ ସ୍ତରରେ ସ୍ଥାନିୟ ଲୋକମାନଙ୍କୁ ଏନେଇ ସନ୍ଦେହ ହେବାରୁ ସେମାନେ ଯୁବକଦ୍ୱୟ ରହୁଥିବା ରୁମରେ ଚଢଉ କରିଥିଲେ। ଓ ଉଭୟଙ୍କୁ ଅଂସଜତ ଅବସ୍ଥାରେ ଉଦ୍ଧାର କରିଥିଲେ।

ଉଭୟଙ୍କୁ ସରିୟା ପୋଲିସ ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ଗିରଫ କରିଥିଲା। ଦେଶରେ ବଢୁଥିବା ଏଲଜିବିଟିକ୍ୟୁ ଚିନ୍ତାଧାରାକୁ ନଜରରେ ରଖି କୋର୍ଟ ଯୁବକଦ୍ୱୟଙ୍କୁ ଏହି ଶାସ୍ତି ପ୍ରଦାନ କରିଛନ୍ତି। ସେହିପରି ଅନ୍ୟ ଦୁଇଜଣ ଯୁବକଙ୍କୁ ମଧ୍ୟ ସମାନ ଜାଗାରେ କୋରଡା ମାଡ କରାଯାଇଛି। ଉକ୍ତ ଯୁବକଦ୍ୱୟଙ୍କ ନାମରେ ଅନଲାଇନ ଜୁଆ ଖେଳିବାର ଅଭିଯୋଗ ରହିଥିଲା। ଏହି ଅଭିଯୋଗ ପାଇଁ ଜଣେ ଯୁବକଙ୍କୁ ୩୪ କୋଡା ଓ ଅନ୍ୟ ଜଣେ ଯୁବକଙ୍କୁ ୮ କୋଡା ମାଡ ପଡିଥିଲା। ତେବେ କୈଣସି ଜରୁରିକାଳିନ ପରିସ୍ଥିତି ପାଇଁ ସମସ୍ତ ଯୁବକଙ୍କ ପାଇଁ ପାର୍କ ବାହାରେ ମେଡିକାଲ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଥିଲା। ୨୦୦୧ରେ ଇଣ୍ଡୋନେସିଆର ଏହି ଅଞ୍ଚଳରେ ଧାର୍ମିକ ନିୟମ ଅନୁସାରେ ଦଣ୍ଡ ବିଧାନ କରିବାର ପ୍ରାବଧାନ ମିଳିଥିଲା। ଆଉ ଏହାପରେ ଅନେକ ଜଣଙ୍କୁ ଇସ୍ଲାମିକ ସରିୟା ନିୟମାନୁସାରେ ଦଣ୍ଡିତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking