14.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶ୫ ବର୍ଷର ଝିଅକୁ ବି ଛାଡ଼ିଲେନି ମଣିଷ ଖିଆ ରାକ୍ଷାସ

୫ ବର୍ଷର ଝିଅକୁ ବି ଛାଡ଼ିଲେନି ମଣିଷ ଖିଆ ରାକ୍ଷାସ

ବିହାର: ସୀମା ଟପିଗଲେ ସବୁ ନୃଶଂସତା। ୫ ବର୍ଷର ଝିଅକୁ ବି ଛାଡ଼ିଲେନି ମଣିଷ ଖିଆ ରାକ୍ଷାସ। ପ୍ରଥମେ ଦୁଷ୍କର୍ମ ପରେ ଝିଅଟିର ତଣ୍ଟି ଚିପି ହତ୍ୟା। ବିହାର ଗୟାଜୀରେ ଘଟିଛି ଏଭଳି ହତ୍ୟାକାଣ୍ଡ। ସବୁଠାରୁ ବଡ଼ କଥା ହେଉଛି ୫ ବର୍ଷର ଝିଅକୁ ୧୪ ବର୍ଷର ନାବାଳକ କରିଛି ଦୁଷ୍କର୍ମ। ଗୟାଜୀର ଡୋବି ଅଞ୍ଚଳରେ, ଝିଅଟିକୁ ବଳାତ୍କାର କରାଯାଇଥିଲା ଏବଂ ପରେ ଗାମୁଛା ସାହାଯ୍ୟରେ ହତ୍ୟା କରାଯାଇଥିଲା। ପିପରଘାଟିରେ ଅବସ୍ଥିତ ବନ ବିଭାଗ ନର୍ସରୀର ଭଙ୍ଗା ଶୌଚାଳୟରେ ଝିଅଟିର ମୃତଦେହ ମିଳିଛି। ଝିଅଟିର ପ୍ରାଇଭେଟ ପାର୍ଟରୁ ରକ୍ତସ୍ରାବ ହେଉଥିଲା। ଯାହା ନୃଶଂସତାର କାହାଣୀ କହିଛି।

ଶନିବାର ବିଳମ୍ବିତ ରାତିରେ ଘଟିଥିଲା ଏହି ଅଘଟଣ। ସୂଚନା ଅନୁଯାୟୀ, ୫ ବର୍ଷର ଝିଅଟି ତାଙ୍କ ବଡ଼ ଭଉଣୀଙ୍କ ସହିତ ଔଷଧ କିଣିବା ପାଇଁ ବଜାରକୁ ଯାଇଥିଲା। ଔଷଧ କିଣିବା ପରେ ତାଙ୍କ ବଡ଼ ଭଉଣୀ ଘରକୁ ଫେରି ଆସିଥିଲେ। କିନ୍ତୁ ବଜାରରୁ ସାନ ଭଉଣୀ କିଏ ନେଇ ଯାଇଥିଲେ। ବଡ଼ ଭଉଣୀ ଭାବିଲେ ସାନଦ ଭଉଣୀ ଘରକୁ ଯାଇଛି। ସାନ ଭଉଣୀ ଘରେ ନଥିବା ଦେଖି ସ ବଡ଼ ଭଉଣୀ ତାଙ୍କ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ। ପରିବାର ସଦସ୍ୟମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି ପରେ ପରିବାର ଲୋକେ ନର୍ସରୀର ଭଙ୍ଗା ଶୌଚାଳୟରେ ପହଞ୍ଚିଥିଲେ, ଯେଉଁଠାରେ ଝିଅଟି ମୃତ ଅବସ୍ଥାରେ ପଡ଼ିଥିଲା। ଘଟଣାସ୍ଥଳର ଦୃଶ୍ୟ ହୃଦୟ ବିଦାରକ ଥିଲା। ଝିଅଟି ବେକରେ ଗାମୁଛା ବନ୍ଧା ହୋଇଥିଲା ଏବଂ ଘଟଣାସ୍ଥଳରେ ରକ୍ତ ପଡ଼ିଥିଲା। ଝିଅଟି ପିନ୍ଧିଥିବା ପୋଷାକ ମଧ୍ୟ ଚିରି ଯାଇଥିଲା। ଏହା ସହ ପ୍ରାଇଭେଟ୍ ପାର୍ଟରୁ ରକ୍ତସ୍ରାବ ହେଉଥିଲା। ପରିବାର ଅଭିଯୋଗ କରିଛି ଯେ ଝିଅଟିକୁ ବଳାତ୍କାର ଏବଂ ପରେ ହତ୍ୟା କରାଯାଇଥିଲା। ଜଣେ ୧୪ ବର୍ଷୀୟ ନାବାଳକ ପୁଅ ଉପରେ ବଳାତ୍କାର ଏବଂ ହତ୍ୟା ଅଭିଯୋଗ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking