32.1 C
Bhubaneswar
Saturday, March 28, 2026
Homeଓଡିଶାଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା

ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା

ଭୁବନେଶ୍ୱର : ୨୦୨୪-୨୫ ବର୍ଷ ପାଇଁ କଟକ ଜିଲାର ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ରବିବାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କଟକ ଜିଲାର ସମସ୍ତ ବିଧାୟକ ଯୋଗ ଦେଇଥିଲେ। ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯିବ। ତା’ପୂର୍ବରୁ ଯୋଗାଣ ମନ୍ତ୍ରୀ ସମୀକ୍ଷା କରି କହିଛନ୍ତି ଚାଷୀଙ୍କ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ।

ଏହି ସମୟରେ ଅସାଧୁ ବେପାରୀଙ୍କୁ କିଛି ଅଧିକାରୀ ଦୁର୍ନୀତି କରିବାକୁ ସୁଯୋଗ ଦେଉଛନ୍ତି, ସେମାନଙ୍କୁ ମନ୍ତ୍ରୀ ତାଗିଦ କରିଛନ୍ତି। ଏହାବ୍ୟତୀତ ‘କଟନୀ ଛଟନୀ’ କରାଯିବ ନାହିଁ। ଏଫଏକ୍ୟୁ ମାନର ଧାନ ପାଇଁ କ୍ୱାଲିଟି ଗ୍ରେନ ଆନାଲାଇଜର ମେସିନ ବ୍ୟବହାର କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଏଥିସହ ମଣ୍ଡିରେ ସିସିଟିଭି କ୍ୟାମେରା ଓ ଗାଡ଼ିରେ ଜିପିଏସ୍‌ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ କରିବା ସହ ଧନୀକ ବ୍ୟକ୍ତି ବିଶେଷ ହାତେଇଥିବା ରାସନ କାର୍ଡ କାଟିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ।

ଅପରପକ୍ଷେ ସରକାର ଧାନର ଏମଏସପି ଉପରେ ୮ ଶହ ଟଙ୍କା ବୃଦ୍ଧି କରିଥିଲେ ମଧ୍ୟ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା କଟକ ଜିଲାରେ ହ୍ରାସ ପାଇଥିବା କହିଛନ୍ତି ବାଙ୍କୀ ବିଧାୟକ। ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୮ ମାସ ହେଲା ଡିଲରମାନେ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ହିତାଧିକାରୀଙ୍କ ଟିପ ବ୍ୟବସ୍ଥାକୁ କୋହଳ କରିବା ଏବଂ ଡିପୁରୁ ଡିଲର ପଏଣ୍ଟ ଯାଏ ମାଲ ପରିବହନ କରୁଥିବା ଗାଡି ଗୁଡିକରେ ଜିପିଏସ୍‌ ବ୍ୟବସ୍ଥା ଲାଗୁ କରାଯିବାକୁ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking