15.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଗାଡିକୁ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ

ଗାଡିକୁ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ

ମାଲକାନଗିରି: ଆନ୍ଧ୍ର ପ୍ରଦେଶର ଚିନ୍ତୁରରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଚିନ୍ତୁର ଠାରୁ ଭଦ୍ରାଚଲାମ ଯାଉଥିବା ଏକ ଯାତ୍ରୀବାହୀ କାର୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍‌ ବାହିନୀ । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭଦାରି ସରିଭେଲା ଗାଁ ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଏକ କାର୍‌କୁ ନିଆଁ ଲଗାଇଥିଲେ । ଯାହାଫଳରେ କାର୍‌ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ନିକଟରେ ଆନ୍ଧ୍ର ତେଲେଙ୍ଗାନା ସୀମାନ୍ତରେ ପୋଲିସ ଏନ୍‌କାଉଣ୍ଡରରେ ୭ ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ଏହାପରେ ସୋମବାର ଦିନ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ର ମାଓପ୍ରବଣ ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲେ ମାଓବାଦୀ । ସୋମବାର ଏହି ସବୁ ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ବିଳମ୍ବିତ ରାତିରେ ଏକ କାର୍‌କୁ ଅଟକାଇ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ସେପଟେ ଏହି ହିଂସା ସଂପର୍କରେ ଖବର ପାଇ ଚିନ୍ତୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking