32.1 C
Bhubaneswar
Friday, June 28, 2024
Homeଦେଶ ବିଦେଶନକଲି ନୋଟ ଚାପୁଛନ୍ତି ମାଓବାଦୀ

ନକଲି ନୋଟ ଚାପୁଛନ୍ତି ମାଓବାଦୀ

ସୁକମା: ନକଲି ନୋଟ ଚାପୁଛନ୍ତି ମାଓବାଦୀ । ଆଜି ଏହି ନକଲି ନୋଟ ଜବତ କରିଛି ପୋଲିସ୍ । ମାଓ କ୍ୟାମ୍ପରେ ଚଡାଉ କରି ବିପୁଳ ନକଲି ନୋଟ ଜବତ କରିଛି । ଛତିଶଗଡ଼ରେ ପୋଲିସର ବଡ଼ ଧରଣର ଚଢ଼ାଉ ପରେ ମିଳିଛି ବିପୁଳ ନକଲି ନୋଟ । ଛତିଶଗଡ ସୁକମାରେ କୋରାଜଗୁଡ଼ା ଜଙ୍ଗଲ ସ୍ଥିତ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା ସ୍ଥାନୀୟ ପୋଲିସ୍ । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ନକଲି ନୋଟର ବ୍ୟବହାର ପରେ ସନ୍ଦେହଜନକ ଭାବରେ ମାଓକ୍ୟାମ୍ପ ଉପରେ ଚଢୋଉ କରିଥିଲା ପୋଲିସ । ଚଢାଉ ପରେ ଅନେକଗୁଡିଏ ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ ଜବତ କରିଥିଲା । ଏହା ସହିତ ଟଙ୍କା ଛାପା ଉପକରଣ ମଧ୍ୟ ଜବତ କରିଛି ପୋଲିସ୍ । ତେବେ ଅର୍ଥାଭାବରୁ ମାଓବାଦୀମାନେ ନକଲି ନୋଟ୍ ବ୍ୟବହାର କରୁଥିବା ସୂଚନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking