30.1 C
Bhubaneswar
Thursday, February 5, 2026
Homeଓଡିଶାଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ !

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ !

ମାଲକାନଗିରି: ମାଲକାନଗିରି ଥାନା ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବିବାହିତ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଛି।  ପୁଲିସର ସୂଚନା ଅନୁସାରେ ରାତି ୯ଟା ହେବାରୁ ଉତ୍ତମ ବିଶ୍ବାସ ଫେରିନଥିବାରୁ ଘର ଲୋକ ତାଂକ ଫୋନକୁ ଫୋନ କରିଥିଲେ। କିନ୍ତୁ ଫୋନ ସ୍ବିଚ ଅଫ ଦେଖାଇଥିଲା। ଗ୍ରାମର କିଛି ଲୋକ ତାଂକୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ପାଇନଥିଲେ। ସକାଳୁ ପୁଣି ଖୋଜିବା ଆରମ୍ଭ କରିଥିଲେ। ତେବେ କିଛି ବ୍ୟକ୍ତି ଏମଭି-୧୬ ଗ୍ରାମରୁ ଏମଭି-୧୭ ଗ୍ରାମକୁ ଯାଉଥିବା ଜାତୀୟ ରାଜପଥ ୩୨୬ କଡରେ ଥିବା ଏକ ପତ୍ର ଗୋଦାମ ନିକକଟରେ ତାଂକ ମଟର ସାଇକେଲକୁ ଦେଖିଥିଲେ। ତୁରନ୍ତ ସମସ୍ତ ସେଠାରେ ରୁଣ୍ଡ ହୋଇ ଖୋଜାଖୋଜି କରିବା ପରେ ନିକଟସ୍ଥ ଜମିରେ ତାଂକ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏସଡିପିଓ,ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏଥିସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ପାଇ ଏସ୍‌ପି ବିନୋଦ ପାଟିଲ ଏଚ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହି ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ତଦନ୍ତ କରାଯାଉଛି ବୋଲି କହିଥିଲେ। ଖୁବଶୀଘ୍ର ହତ୍ୟାକାରୀ ଗିରଫ ହେବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking