ନୂଆଦିଲ୍ଲୀ : ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ । ଏଭଳି ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କର ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗିଯାଇଛନ୍ତି । ବାଘ ଉଦ୍ଧାର ନେଇ ଓଡିଶା ସରକାର ବନବିଭାଗକୁ ଟାଗଚ୍ଛେଟ କରିଛନ୍ତି ମମତା । ମମତା କହିଛନ୍ତି ଯଦି ଓଡିଶା ଜଙ୍ଗଲରେ ଜାଗା ନାହିଁ , ତାହେଲେ ଅଭୟାରଣ୍ୟରେ ବାଘକୁ ରଖିଦଉଛୁ । ଯଦି କୌଣସି ବାଘ ଚାଲିଆସିଛି , ଓଡିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକି ଯାଉ ବୋଲି ମମତା ବାନାର୍ଜୀ କହିଛନ୍ତି । ପୂର୍ୱରୁ ଜିନ୍ନତ ବେଙ୍ଗଲ ଯାଇ ୫ଟି ଜିଲ୍ଲାରେ ଆତଙ୍କ ଖେଳାଇଛି । ଯେଉଁଥିପାଇଁ ସ୍କୁଲଠୁ ଘର ସବୁ ବନ୍ଦ ହୋଇଯାଇଥିଲା । ଯେମିତି ଆମ ବନବିଭାଗ ଦିନ ରାତି ଏକ କରି ଆମ ବାଘୁଣୀକୁ ଏକ କଲା .ସେମିତି ଜଲଦି ଫେରାର । ଏଣିକି ନିଜେ ଆସି ବାଘକୁ ଖୋଜି ନେଇକି ଯାଓ ବୋଲି ମମତା କହିଛନ୍ତି ।