15.1 C
Bhubaneswar
Wednesday, December 17, 2025
Homeଓଡିଶାଏସସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଲେ ମନ୍ତ୍ରୀ

ଏସସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର/କଟକ : ନିର୍ମାଣଧୀନ ଏସସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଶିକାର ହୋଇଥିବା ତିନିଜଣ ଆହତଙ୍କୁ ଆଜି ସଂଧ୍ୟାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି I ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦୁର୍ଘଟଣା ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରି ଏହାର କାରଣ ସମ୍ପର୍କରେ ଉପସ୍ଥିତ କର୍ମଚାରୀ ତଥା ଶ୍ରମିକ ମାନଙ୍କ ଠାରୁ ପଚାରି ବୁଝିବା ସହିତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଓବିସିସିର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି I

ଆଜିର ଘଟଣାକୁ ମାନ୍ୟବର ମନ୍ତ୍ରୀ ଅତି ଗୁରୁତର ଭାବେ ଗ୍ରହଣ କରିବା ସହ ଖବର ପାଇବା କ୍ଷଣି ସେଠାରେ ପହଂଚି ଏସମ୍ପର୍କରେ ତଥ୍ୟ ନେଇଛନ୍ତି I ଘଟଣାଟି କେଉଁ କାରଣରୁ ଘଟିଲା ଏବଂ ଏଥିରେ କାହାର ସଂପୃକ୍ତି ଅଛିକି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ମନ୍ତ୍ରୀ ଓବିସିସିର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି I ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି I ଏଥି ସହିତ ମନ୍ତ୍ରୀ ଆହତ ଶ୍ରମିକମାନଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି I ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେପି ନେତା ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ବଡୁ, ସିକନ୍ଦର ଅଲ୍ଲୀଙ୍କ ସମେତ ଓବିସିସି ଏମଡି ଜେ. କେ ଦାସ, ଏସସିବି ସୁପରିଟେଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking