31.1 C
Bhubaneswar
Tuesday, March 24, 2026
Homeଓଡିଶାରେଳଲାଇନରେ ଲାଗିଛି ମାଓ ବ୍ୟାନର

ରେଳଲାଇନରେ ଲାଗିଛି ମାଓ ବ୍ୟାନର

ରାଉରକେଲା : ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ମନୋହରପୁର ନିକଟ ମୁମ୍ବାଇ-ହାୱାଡ଼ା ମୁଖ୍ୟ ରେଳଲାଇନରେ ଗତକାଲି ରାତି ପ୍ରାୟ ୧୨ଟା ମାଓବାଦୀ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ମୁମ୍ବାଇ ହାୱାଡା ମୁଖ୍ୟ ମାର୍ଗରେ ରେଳଚଳାଚଳ ବନ୍ଦ ରହିଥିଲା। ରେଳ ସୁରକ୍ଷାକର୍ମୀ ଓ ରେଳ କର୍ମଚାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ସକାଳ ପ୍ରାୟ ୬ଟାରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ପ୍ରାୟ ୫ ଘଣ୍ଟା ଝାରଖଣ୍ଡ ଓ ରାଉରକେଲା ଷ୍ଟେସନ ମଧ୍ୟରେ ମାଲଗାଡି, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ଗତ କିଛି ଦିନ ତଳେ ପଶ୍ଚିମ ସିଂହଭୂମ କୋଲ୍ହଣ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀ ସଂଗଠନର କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ତାର ପ୍ରତିବାଦରେ ଆଜି ମାଓବାଦୀଙ୍କ ଦିନିକିଆ ବନ୍ଦ ଡାକରା ଦିଆଯାଇଛି। ଗତକାଲି ରାତିରୁ ସମ୍ଭାବ୍ୟ ହିଂସାକୁ ଦୃଷ୍ଟିରେ ରଖି ସୀମାନ୍ତରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking